ETV Bharat / briefs

ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବିଜେପି ହେବିୱେଟ୍

ରବିବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଦଳର ଅନ୍ୟାନ୍ୟ ହେବିୱେଟ୍ ନେତା ମଧ୍ୟ ଦଳ ପାଇଁ ମାରାଥନ ପ୍ରଚାର କରିବେ । ବିଜେପି ପ୍ରଦେଶ କାର୍ଯ୍ୟାଳୟ ପକ୍ଷରୁ ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ଫାଇଲ ଫଟୋ
author img

By

Published : May 5, 2019, 1:21 PM IST

ନୂଆଦିଲ୍ଲୀ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଆଜି ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ସମୟରେ ସାଗର ଏବଂ ଗ୍ୱାଲିୟରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଏନେଇ ବିଜେପି ପ୍ରଦେଶ କାର୍ଯ୍ୟାଳୟ ପକ୍ଷରୁ ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ସୂଚନାନୁସାରେ, ମୋଦି ଅପରାହ୍ନ 1.30ରେ ସାଗର ଏବଂ 4.30ରେ ଗ୍ବାଲିୟରରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଗନା ଏବଂ ଦେବାସରେ, ନୀତିନ ଗଡକରୀ ଉଜ୍ଜୈନ ଏବଂ ଭୋପାଳରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ରବିବାର 5ଟି ରାଲିକୁ ସମ୍ବୋଧିତ କରିବେ । ତନ୍ମଧ୍ୟରୁ 3ଟି ରାଲି ହରିୟାଣା, ଗୋଟିଏ ଚଣ୍ଡୀଗଡ ଏବଂ ପଞ୍ଜାବରେ କରିବାର କାର୍ଯ୍ୟକ୍ରମ ରହିଛି । ଶାହାଙ୍କ ପ୍ରଥମ ରାଲି ସୋନିପଥ, ଦ୍ବିତୀୟ ପାନିପଥ ଏବଂ ତୃତୀୟ ଯମୁନାନଗରରେ ରହିଛି । ସନ୍ଧ୍ୟା 4.30ରେ ପଞ୍ଜାବର ପଠାନକୋଟ ଏବଂ 6.30ରେ ଚଣ୍ଡୀଗଡରେ ରାଲି ସମ୍ବୋଧିତ କରିବେ ।

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.