ETV Bharat / briefs

ଜମ୍ମୁ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି, କାରଗିଲ ବିଜୟ ଦିବସ ଉତ୍ସବରେ ଦେବେ ଯୋଗ - କାରଗିଲ ବିଜୟ ଦିବସର 22 ବର୍ଷ ପୂର୍ତ୍ତି

ଜମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାରଗିଲ ବିଜୟ ଦିବସ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀର ଗସ୍ତରେ ରାଷ୍ଟ୍ରପତି, କାରଗିଲ ବିଜୟ ଦିବସ ଉତ୍ସବରେ ଯୋଗ ଦେବେ

author img

By

Published : Jul 25, 2021, 6:53 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଚାରି ଦିନିଆ ଗସ୍ତରେ ରାଷ୍ଟ୍ରପତି କାରଗିଲ ବିଜୟ ଦିବସ ଉତ୍ସବ ସମେତ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆଜି 11.15 ମିନିଟରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗଭର୍ଣ୍ଣର ମନୋଜ ସିହ୍ନା । 25 ଜୁଲାଇରୁ 28 ଜୁଲାଇ ପର୍ଯ୍ୟନ୍ତ ଚାରି ଦିବସୀୟ ଗସ୍ତରେ ରାଷ୍ଟ୍ରପତି ପ୍ରଥମେ କାରଗିଲ ବିଜୟ ଦିବସର 22 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ରାଷ୍ଟ୍ରପତି ଲଦାଖର ଦ୍ରାସରେ ପହଞ୍ଚିବେ । ଏହା ସହ ରାଷ୍ଟ୍ରପତି କାଶ୍ମୀର ବିଶ୍ବବିଦ୍ୟାଳୟରେ 19 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀର ଓ ଲଦାଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜମ୍ମୁ କାଶ୍ମୀର ରାଜଭବନରେ ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି । ରାଜଭବନରୁ ରାଷ୍ଟ୍ରପତି ଯିବା ରାସ୍ତାକୁ 5 ଦିନ ପାଇଁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.