ETV Bharat / briefs

କହିଲେ ଷଡଙ୍ଗୀ, ଶୁଣିଲା ସଂସଦ; ପାଞ୍ଚଟି ଭାଷାରେ ଅନର୍ଗଳ ଭାଷଣ - MP PRATAP SARANGI

ସେ ଜଣେ ସାଧାରଣ ମଣିଷ, ଧଳା ଫରଫର ପାଇଜାମା କୁର୍ତ୍ତା, ମୁହଁରେ ଦାଢି ହାତରେ ଖଣ୍ଡିଏ ବ୍ୟାଗ । ହେଲେ ତାଙ୍କ ପାଖରେ ଏତେ ଯେ ଜ୍ଞାନ, ଅନେକ ଭାଷାରେ ଦକ୍ଷତା ଅଛି ତାହା ଆଜି ଜାଣିଲେ ଦେଶବାସୀ । ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା 'ନନା' ଷଡଙ୍ଗୀ ଦେଖାଇଦେଲେ ଆଜି ତାଙ୍କ ପରାକାଷ୍ଠା ।

ଡିଜାଇନ ଫଟୋ
author img

By

Published : Jun 24, 2019, 7:33 PM IST

Updated : Jun 24, 2019, 7:54 PM IST

ନୂଆଦିଲ୍ଲୀ: ଗତ 20ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ସଂସଦର ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ଏହା ଦୁଇ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ଲୋକସଭାରେ ଓ ଆସନ୍ତାକାଲି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ରଖିବେ ।

ଆଜି ପ୍ରଥମେ ଲୋକସଭାରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ପ୍ରତାପ ନିଜ ଅଭିଭାଷଣ ଆରମ୍ଭ କରି ପ୍ରଥମେ ନିଜକୁ ପ୍ରଥମ ପାର୍ଲାମେଣ୍ଟିଆନ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ନିଜ ଅଭିଭାଷଣ ପ୍ରାରମ୍ଭରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସମସ୍ତ ମହାପୁରୁଷଙ୍କୁ ମନେ ପକାଇବା ସହ ସେ ଗତ 35ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାଧାରଣ ଲୋକଙ୍କ ସହ ରହିଆସିଛନ୍ତି । ରାଜନୀତିକୁ ଲୋକଙ୍କ ସେବା ଭାବେ ବ୍ରତ କରିଛନ୍ତି ବୋଲି କହିଥିଲେ । ଏହାସହ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଆସନ୍ତା 2022 ସୁଦ୍ଧା ନବ ଭାରତ ନିର୍ମାଣ ସମ୍ପୂର୍ଣ କରିବେ ବୋଲି କହିଛନ୍ତି ।

2022 ସୁଦ୍ଧା ଦେଶରେ କେହିବି ଗରିବ କି, ବାସହୀନ ରହିବେ ନାହିଁ । ଏହାସହ ଦେଶ ଯେତେବେଳେ ସ୍ବାଧିନତାର 75ବର୍ଷ ପୂର୍ତ୍ତି ପାଳନ କରୁଥିବ ସେତେବେଳେ ଦେଶର କେହିବି ମୌଳିକ ସୁବିଧାରୁ ବଞ୍ଚିତ ନଥିବେ । ସମସ୍ତଙ୍କର ପାଖରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ବାସଗୃହ, ଗମନା ଗମନଓ ରୋଜଗାର ସୁ-ନିଶ୍ଚିତ ଥିବ ସେଦିଗରେ ସରକାର ଦ୍ରୁତଗତିରେ କାମ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଷଡଙ୍ଗୀ ।

ଏଥିସହ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓଡିଶା ସଂର୍ପକରେ ନିଜ ଅଭିଭାଷଣରେ ସ୍ଥାନ ଦେଇ କହିଥିଲେ ଯେ ସେ ଅତି ସାଧାରଣ ପରିବାରୁ ଆସି କେନ୍ଦ୍ରରେ ମନ୍ତ୍ରୀ ହୋଇ ପାରିଛନ୍ତି । ଏହାପୂର୍ବରୁ ସେ ଦୁଇଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଓଡିଶା ହେଉଛି ଖଣିଜ ସମ୍ପଦର ଗନ୍ତାଘର କିନ୍ତୁ ପୂର୍ବ ସରକାର ମାନଙ୍କର ଦୂରଦୃଷ୍ଟି ଅଭାରୁ ଓଡିଶା ପଛରେ ପଡିଯାଇଥିଲା । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଆଜି ଓଡିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା ହେଉଛି ସେହି ଭୂମି ଯେଉଁ ଭୂମିରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ କରିଥିଲେ । ଓଡିଶା ହେଉଛି ଚାରିଧାମରୁ ଗୋଟିଏ ଧାମ ଯେଉଁ ଧାମରେ ସ୍ବଂୟ ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥ ବାସ କରୁଛନ୍ତି । ଯେଉଁ ଭୂମିରେ , ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପରି ମହାନ ବୀରପୂତ୍ର ଜନ୍ମଗ୍ରହଣ କରିଥିଲେ । ଯେଉଁ ରାଜ୍ୟରେ ହିନ୍ଦୁ, ମୁସଲିମ, ଶିଖ, ଜୈନ, ବୌଦ୍ଧ ପରି ସବୁଧର୍ମର ଲୋକ ବସବାସ କରନ୍ତି । ଏହାସହ ଗୋପବନ୍ଧୁଙ୍କ କିଛି ଉକ୍ତି ଦର୍ଶାଇ ପ୍ରତାପ ନିଜ ଭାଷଣକୁ ସାଧାରଣରୁ ଧୀରେ ଧୀରେ ଅଗ୍ନୀବର୍ଷି ଭାଷଣ ଆରମ୍ଭ କରିଥିଲେ ।

ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଭାଷଣ ଆରମ୍ଭ କରି ପ୍ରତାପ ଷଡଙ୍ଗୀ ଗୃହକୁ ସ୍ତବ୍ଧ କରି ଦେଇଥିଲେ । ଅନର୍ଗଳ ପାଞ୍ଚଟି ଭାଷାରେ ଗତ ପାଞ୍ଚ ବର୍ଷର ବିକାଶ ଓ ଆଗାମୀ ଦିନରେ ସରକାରଙ୍କ ଯୋଜନାକୁ ଅତି ପ୍ରାଞ୍ଜଳ ଭାବରେ ପ୍ରଭାବୀ ଢଙ୍ଗରେ ଗୃହରେ ଉପସ୍ଥାପନା କରିଥିଲେ ।

ସରକାରଙ୍କ ବେଟି ବଚାଓ ବେଟି ପଢାଓ, ଅଟଳ ପେନସନ ଯୋଜନା, ଅଟଳ ଜ୍ୟୋତି ଯୋଜନା, ଉଜ୍ଜ୍ବଳା ଯୋଜନା, ଜନଧନ ଯୋଜନା, କୃଷି ସିଞ୍ଚାଇ, ସୌଭାଗ୍ୟ, ସ୍ବଚ୍ଛ ଭାରତ, ମୁଦ୍ରା ଯୋଜନାର ବାସ୍ତବତା ଓ କାର୍ଯ୍ୟକାରୀତା କୁ ସଂସଦକୁ ଗୋଟି ଗୋଟି ବାକ୍ୟରେ ନିଜ ଭାଷଣରେ ରଖିଥିଲେ ପ୍ରତାପ । ଏହାସହ ଆଗାମୀ ଦିନରେ ସରକାରଙ୍କ ଯୋଜନା ଦେଶବାସୀଙ୍କ ସେବାର ରୋଡମ୍ଯାପକୁ ସଂସଦକୁ ଅବଗତ କରିଥିଲେ । ଖାଲି ସେତିକି ନୁହେଁ ଗତ ପାଞ୍ଚବର୍ଷ ଧରି ଦେଶକୁ ବୈଦେଶିକ କ୍ଷେତ୍ରରେ ମିଳିଥିବା ବ୍ୟାପକ ସଫଳତାକୁ ଅବର୍ଣ୍ଣନୀୟ ବୋଲି କହିଥିଲେ । ପାଞ୍ଚଟି ମୁସଲିମ ଦେଶରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସେହି ଦେଶର ସର୍ବୋଚ୍ଚ ସମ୍ମାନ ମିଳିଥିବା ବେଳେ ନିଜଦେଶରେ ମୁସଲିମ ସୁରକ୍ଷିତ ନଥିବା ବିରୋଧୀଙ୍କ ଅଭିଯୋଗକୁ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ।

ଯେଉଁମାନେ ନିର୍ବାଚନରେ ବିକାଶକୁ ରୋକିବା ପାଇଁ 'ମହାବିଲାବଟ' (ମହା ଗଠବନ୍ଧନ) କରିଥିଲେ ଦେଶର ଜନତା ସେମାନଙ୍କୁ ଉଚ୍ଚିତ ଶିକ୍ଷା ଦେଇଛନ୍ତି । କାରଣ ଜନତା ସବୁବେଳେ ଭେଜାଲ ମେଣ୍ଟକୁ ଅସ୍ୱୀକାର କରି, ଅସଲି ମାଲ୍ ଚାହାନ୍ତି ବୋଲି କହିଛନ୍ତି । କଂଗ୍ରେସ ସରକାର 2ଜି, 3ଜି, ରାଜ୍ୟ ଗୋଷ୍ଠୀ କ୍ରୀଡା, ମାଇନ୍ସ ପରି ଦୁର୍ନୀତିରେ ବୁଡିରହିଥିଲା ଆଉ ଗତ ପାଞ୍ଚ ବର୍ଷରେ ଗୋଟିଏ ଟଙ୍କାର ଦୂର୍ନୀତିର ଛିଟା ଲାଗି ନାହିଁ ସରକାରଙ୍କ ଉପରେ ଯାହା ନରେନ୍ଦ୍ର ମୋଦିଙ୍କ ଦକ୍ଷତାର ପ୍ରମାଣ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶକୁ ନୂଆସ୍ତରକୁ ନେଇଛନ୍ତି ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରିଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନ ସେବକ । ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ପ୍ରତାପ ଷଡଙ୍ଗୀ ।

ଆତଙ୍କବାଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ କଡା କାର୍ଯ୍ୟାନୁଷ୍ଠାନ ନୀତି ଆପଣାଇ ପଦକ୍ଷେପ ନେଉଛନ୍ତି । ଆଉ ଦେଶର ବୀର ଯବାନ ନିଜର ଜୀବନକୁ ଉତ୍ସର୍ଗ କରି ଆତଙ୍କୀଙ୍କୁ ନିପାତ କରୁଥିବା ବେଳେ ବିରୋଧୀ ସେନାକୁ ପ୍ରମାଣ ମାଗୁଛନ୍ତି ଯାହା ଦୁର୍ଭାଗ୍ୟ ଜନକ ବୋଲି ପ୍ରତାପ କହିଛନ୍ତି । ଆମ ବୀର ଯବାନମାନଙ୍କର ପୁରୁଷାର୍ଥର ପ୍ରମାଣ ମାଗିବା ଧୃଷ୍ଟତାର ପରିଚୟ , ବାପାକୁ ବାପାର ପ୍ରମାଣ ଦେବାକୁ କଣ ମା' ର ଡିଏନଏ ପରୀକ୍ଷା ଦେବାକୁ ପଡ଼ିବ କି ବୋଲି କହି ବିରୋଧୀଙ୍କୁ କଠୋର ସମାଲୋଚନା କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଂସ୍କୃତ, ଇଂରାଜୀ, ହୀନ୍ଦି, ଓଡିଆ, ବଙ୍ଗଳା ଭାଷାରେ ନିଜ ଅଭିଭାଷଣ ଦେଇ ଗୃହକୁ ଏକ ପ୍ରକାର ଚୁପ କରାଇ ଦେଇଥିଲେ । ଟିଏମସି ସାଂସଦ ଗୃହରେ ହୋହାଲ୍ଲା କରୁଥିବା ବେଳେ ପ୍ରତାପ ଟିଏମସି ସାଂସଦଙ୍କୁ ତାଙ୍କରି ଭାଷାରେ ହିଁ ଜବାବ ଦେଇଥିଲେ ଯାହା ପ୍ରଧାନମନ୍ତ୍ରୀ ସମେତ ସମସ୍ତ ବରିଷ୍ଠ ମନ୍ତ୍ରୀ ମଧ୍ୟ ତାବୁଜ ହୋଇଯାଇଥିଲେ ।

ସାଧାରଣତଃ ନିର୍ବାଚନ ପରେ ଦେଶବାସୀ ପ୍ରତାପ ଷଡଙ୍ଗୀଙ୍କୁ ଜଣେ ଗରୀବ, ପରୋପକାରୀ ଭାବେ ଜାଣିଥିଲେ । ହେଲେ ଆଜି ଦେଖିବାକୁ ପାଇଛନ୍ତି ପ୍ରତାପ ଷଡଙ୍ଗୀଙ୍କ ଅସଲି ତାକତ । ତାଙ୍କ ଭାଷଣରୁ ଲାଗୁନଥିଲା ଯେ ପ୍ରତାପ ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇ ଆସିଛନ୍ତି । ଆଉ ତାଙ୍କର ଅନେକ ଭାଷାରେ ଗଭୀର ଜ୍ଞାନ ଦେଖି ଆଜି ସାରା ଦେଶ ସମେତ ନିଜ ଦଳରେ ମଧ୍ୟ ଜଣେ ଦକ୍ଷନେତା ପାଲଟି ଯାଇଛନ୍ତି ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

Intro:Body:

dfg

Conclusion:
Last Updated : Jun 24, 2019, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.