ETV Bharat / briefs

କେବଳ ‘ତାଇ’ ହିଁ ମୋତେ ଗାଳି ଦିଅନ୍ତି: ମୋଦି - NARENDRA MODI

ସୁମିତ୍ରା ମହାଜନଙ୍କ ଦକ୍ଷତା ପାଇଁ ସେ ଲୋକସଭାରେ ଦକ୍ଷତାର ସହ ଗୃହ ପରିଚାଳନା କରିଛନ୍ତି । ସେଥିପାଇଁ ସୁମିତ୍ରା ସବୁଦଳରେ ପ୍ରିୟଭାଜନ ହୋଇପାରିଛନ୍ତି ।

ଡିଜାଇନ ଫଟୋ
author img

By

Published : May 13, 2019, 12:51 PM IST

ଭୋପାଳ: ପ୍ରଥମେ ଆଶା ତାପରେ ଆଶଙ୍କା ଆଉ ଏବେ ପ୍ରଶଂସା । ଏମିତି କିଛି ଘଟଣା ଘଟିଛି ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କ କ୍ଷେତ୍ରରେ । ଭାରତୀୟ ଜନତା ପାର୍ଟିର ସବୁଠାରୁ ବୟୋଜ୍ୟେଷ୍ଠ ମହିଳା ଭାବେ ସୁମିତ୍ରା ସର୍ବାଧିକ 8 ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ସୁମିତ୍ରାଙ୍କୁ ଦଳ ଟିକେଟ ଦେଇନାହିଁ । ବୟସାଧିକ କାରଣ ହେତୁ ସୁମିତ୍ରାଙ୍କୁ ଟିକେଟ ଦେଇ ନାହିଁ ଦଳ ।

ତେବେ ସୁମିତ୍ରା ଯେଉଁ ପାରମ୍ପରିକ ଆସନରୁ ଇନ୍ଦୋରରୁ ଲଗାତାର ବିଜୟୀ ହୋଇ ଆସୁଥିଲେ ସେହି ଆସନରେ ଦଳ କାହାକୁ ଟିକେଟ ଦେବେ, ତାକୁ ନେଇ ସାରାଦେଶର ନଜର ରହିଥିଲା । ଖୋଲାଖୋଲି ସୁମିତ୍ରା ଟିକେଟ ଚଳିତ ନିର୍ବାଚନରେ ମାଗିନଥିଲେ ମଧ୍ୟ ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ 75 ବର୍ଷରୁ ଊର୍ଦ୍ଧ୍ବ ନେତାଙ୍କୁ ଟିକେଟ ନଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲା । ଦୀର୍ଘଦିନ ଧରି ଟିକେଟ ଅପେକ୍ଷାରେ ଥିଲେ ମଧ୍ୟ ଦଳ ଇନ୍ଦୋର ପାଇଁ ଟିକେଟ ଘୋଷଣା ନ କରିବାରୁ ସୁମିତ୍ରା ଅସନ୍ତୋଷ ପ୍ରକାଶ କରିବା ସହ ଦଳୀୟ ନେତୃବର୍ଗଙ୍କୁ ନିଶାଣ କରିଥିଲେ ।

ବହୁ ବିଚାର ବିମର୍ଶ ପରେ ଦଳ ସୁମିତ୍ରାଙ୍କ ଉତ୍ତରାଧିକାରୀ ଭାବେ ଶଙ୍କର ଲାଲବାନୀଙ୍କୁ ଇନ୍ଦୋରରୁ ପ୍ରାର୍ଥୀ କରିଛି । ଗତକାଲି ମୋଦି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଇନ୍ଦୋର ଗସ୍ତରେ ଆସିଥିବାବେଳେ ମୋଦି ସୁମିତ୍ରାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ଏହାସହ ଏହା ବହୁତ କମ ଲୋକଙ୍କୁ ଜଣା ଯେ, ବିଜେପିରେ ଯଦି କିଏ ତାଙ୍କୁ ଗାଳି ଦିଏ ବା ଦେବ ସେ ହେଉଛନ୍ତି କେବଳ ‘ତାଇ’(ମରାଠୀ ଭାଷାରେ ବଡ ଭଉଣୀ) ହିଁ ତାଙ୍କୁ ଗାଳି କରିପାରିବେ ବୋଲି ମୋଦି କହିଛନ୍ତି । ମୋଦି ଆହୁରି କହିଛନ୍ତି ‘ତାଇ’ଙ୍କ ଦକ୍ଷତା ପାଇଁ ସେ ଅତି ଚତ୍ମକାର ଢଙ୍ଗରେ ଲୋକସଭା ପରିଚାଳନା କରିଥିଲେ ଏବଂ ସେ ସବୁ ଦଳର ପ୍ରିୟ ଭାଜନ ହୋଇପାରିଥିଲେ ଯାହା ତାଇଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ମୋଦି । ଏଥିସହ ମୋଦି କହିଛନ୍ତି ମୁଁ ତାଇଙ୍କ କାର୍ଯ୍ୟକଳାପକୁ ଅତି ନିକଟରୁ ଦେଖିଛି ଏବଂ ତାଙ୍କ ସହ କାମ କରିଛି । ତେଣୁ ମୁଁ ଇନ୍ଦୋରବାସୀଙ୍କୁ ବିଶ୍ବାସ ଦେଉଛି ଇନ୍ଦୋର ସହରର ବିକାଶ ପାଇଁ ‘ତାଇ’ସୁମିତ୍ରାଙ୍କ କୌଣସି ବି ଇଛା ଅପୂରଣୀୟ ରହିବ ନାହିଁ ।

ସୂଚନାଯୋଗ୍ୟଯେ 1989 ରୁ 2014 ପର୍ଯ୍ୟନ୍ତ ମୋଟ ଲଗାତାର 8ଥର ସାଂସଦକୁ ନିର୍ବାଚିତ ହୋଇଥିଲେ ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.