ETV Bharat / briefs

ସଚିବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାକ୍ସ; ପଞ୍ଚବର୍ଷୀୟ ଯୋଜନା ପ୍ରସ୍ତୁତ କର - PLAN

ସଚିବଙ୍କୁ ମୋଦିଙ୍କ ପରାମର୍ଶ ଏମିତି ଯୋଜନା ପ୍ରଣୟନ କର ଯାହା 100ଦିନ ଭିତରେ ମଞ୍ଜୁର ହୋଇପାରିବ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଯାହା ଦରକାର ତୁରନ୍ତ କରନ୍ତୁ, ବିକାଶ ପାଇଁ ଅଫିସରଙ୍କୁ ସରକାରଙ୍କ ସହ ଦୌଡିବାକୁ ପଡିବ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 11, 2019, 10:10 AM IST

ନୂଆଦିଲ୍ଲୀ: ବିପୁଳ ଜନ ସମର୍ଥନ ପାଇ ଦ୍ବିତୀୟ ଥର କ୍ଷମତାକୁ ଫେରିଥିବା ନରେନ୍ଦ୍ର ମୋଦିଙ୍କ ନେତୃତାଧିନ ବିଜେପି ଗତ 30ରେ ପୁଣିଥରେ ସରକାର ଗଠନ କରିସାରିଛି । ତେବେ ଜନତାଙ୍କ ପ୍ରଚଣ୍ଡ ସମର୍ଥନର ସଦବିନିଯୋଗ କରି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏବେ ଯୋଜନାବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି । ସେଥିପାଇଁ ମୋଦି ନିଜ ସହଯୋଗୀଙ୍କୁ 100ଦିନିଆର ଟାକ୍ସ ଦେଇଛନ୍ତି ।

ଗୋଟିଏ ପଟେ ଦେଶବାସୀଙ୍କ ଆଶା ଆକାଂକ୍ଷା ଅନ୍ୟପଟେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଆହୁରୀ ଦୃଢ କରିବା ଏହିସବୁକୁ ନେଇ ମୋଦି କାମ ଆରମ୍ଭ କରିଛନ୍ତି । ସରକାର ଗଠନ ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ନୂଆ ନିଷ୍ପତ୍ତି ନେଉଛନ୍ତି ମୋଦି । ହେଲେ ସରକାରଙ୍କ ଯୋଜନା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥାନ୍ତି ଅମଲାତନ୍ତ୍ର ତେଣୁ ସରକାରରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।

ସେଥିପାଇଁ ଗତକାଲି ସଂଧ୍ୟାରେ ମୋଦି ସମସ୍ତ ବିଭାଗର ବିଭାଗୀୟ ସଚିବ ମାନଙ୍କ ସହ ବୈଠକ କରିଛନ୍ତି । ଏହାସହ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ବିଭାଗ ଆଗାମୀ ପାଞ୍ଚବର୍ଷ ପାଇଁ ପଞ୍ଚବାର୍ଷିକୀ ଯୋଜନା ପ୍ରଣୟଣ କରନ୍ତୁ । ଏମିତି ଲକ୍ଷ୍ୟ ଆଉ ଯୋଜନା ପ୍ରଣୟଣ କରନ୍ତୁ ଯାହା 100ଦିନ ଭିତରେ ମଞ୍ଜୁର ହୋଇପାରିବ ।

Intro:Body:

htrj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.