ETV Bharat / briefs

ବୃକ୍ଷହୀନ ବୌଦ୍ଧ, ବଢୁଛି ଅସନ୍ତୋଷ - ଅସନ୍ତୋଷ

ଜଙ୍ଗଲ ସମ୍ପଦରେ ଭରପୂର କଣ୍ଟାମାଳ ବ୍ଲକରେ ଧିରେ ଧିରେ ସବୁଜିମା କ୍ଷୟ ହେଉଥିବା ଅନୁଭବ କଲେଣି ସ୍ଥାନୀୟ ଜନସାଧାରଣ । ପ୍ରତ୍ୟେକ ବର୍ଷ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ କଣ୍ଟାମାଳ ଅଞ୍ଚଳରେ ଏନେଇ କୌଣସି ସୁଫଳ ମିଳୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : May 16, 2019, 11:40 PM IST

ବୌଦ୍ଧ: ପଥପ୍ରାନ୍ତ ବନୀକରଣ ଯୋଜନା ସବୁ କେବଳ ଯୋଜନାରେ ହିଁ ସୀମିତ ରହିଯାଇଛି । ବନୀକରଣ ନାଁରେ ପ୍ରତ୍ୟେକ ବର୍ଷ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବୌଦ୍ଧ କଣ୍ଟାମାଳ ଅଞ୍ଚଳରେ ଏନେଇ କୌଣସି ସୁଫଳ ମିଳୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର 3ଟି ବ୍ଲକରେ ପଥପ୍ରାନ୍ତ ବନୀକରଣ ଯୋଜନା ଅସଫଳ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ଜଙ୍ଗଲ ସମ୍ପଦରେ ଭରପୁର କଣ୍ଟାମାଳ ବ୍ଲକ । କିନ୍ତୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତାରୁ ଏବେ ସବୁଜମୟ କଣ୍ଟାମାଳ ଅଞ୍ଚଳ ଏବେ ଟାଙ୍ଗରା ଅଞ୍ଚଳ ହେବାକୁ ବସିଥିବା ଅଭିଯୋଗ ହୋଇଛି । ଆଉ ଓଡିଶା ବନ ଉନ୍ନୟନ ନିଗମ ଦ୍ବାରା ୨୦୧୮-୧୯ ବର୍ଷରେ ପଥପ୍ରାନ୍ତ ବନୀକରଣ ଯୋଜନା ମଧ୍ୟ ବାଟବଣା ହୋଇଥିବା ଜଣାପଡିଛି । କେଉଁ ଠାରେ ଗଛ ପୁରା ଶୁଖିଗଲାଣି ତ ଆଉ କେଉଁଠି ଗଛର ସୁରକ୍ଷା ବାଡ ଅଭାବରୁ ତାକୁ ଗାଇ ଖାଇଗଲେଣି । ଅଞ୍ଚଳର ଉନ୍ନତି ନା ରେ ସଡକ କଡରରେ ଥିବା ଅନେକ ମୂଲ୍ୟବାନ ଗଛ କାଟି ଦିଆଯିବାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି ।ଏପଟେ ପଥପ୍ରାନ୍ତ ବନୀକରଣରେ ଯଦି କୌଣସି ଗଛ କିମ୍ବା ବାଡର ଅସୁବିଧା ଥାଏ ସେନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି ।

ଏପଟେ ପଥପ୍ରାନ୍ତ ବନୀକରଣରେ ଯଦି କୌଣସି ଅସୁବିଧା ଥାଏ ସେନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଓଏଫଡିସି ବିଭାଗ ତରଫରୁ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.