ETV Bharat / briefs

ଡାକ୍ତରଙ୍କ ସୁରକ୍ଷାକୁ ନେଇ ମଙ୍ଗଳବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ମଙ୍ଗଳବାର କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

author img

By

Published : Jun 17, 2019, 3:43 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଏନେଇ ସାରା ଦେଶରୁ ଲକ୍ଷାଧିକ ଡାକ୍ତର ଧର୍ମଘଟ କରିଛନ୍ତି । ଏହି ଧର୍ମଘଟକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । ମଙ୍ଗଳବାର ଉଚ୍ଚତମ ନ୍ୟାୟଳୟ ଉକ୍ତ ମାମଲାର ଶୁଣାଣି କରିବେ ।

ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଯାଚିକାରେ ସାରା ଦେଶରେ ଥିବା ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି । ଏଥିସହିତ କୋଲକାତା ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି ।

ଆଲୋକ ଶ୍ରୀବାସ୍ତବ ନାମକ ଦିଲ୍ଲୀର ଜଣେ ଆଇନଜୀବୀ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ଯାଚିକା ଦାୟର କରିଛନ୍ତି । ଯାଚିକାରେ ସବୁ ସରକାରୀ ହସ୍ପିଟାଲରେ ସାଧା ପୋଷାକଧାରୀ ସୁରକ୍ଷାକର୍ମୀ ନିୟୋଜିତ କରାଯିବାକୁ ଯାଚିକାରେ ଦର୍ଶାଯାଇଛି । ଏଥିସହିତ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଦେଶରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଆନ୍ଦୋଳନକୁ ଭାରତୀୟ ଚିକିତ୍ସା ସଂଘ ସମର୍ଥନ ଜଣାଇବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶାଖାଗୁଡିକୁ ମଧ୍ୟ ଶୁକ୍ରବାର ମୁଣ୍ଡରେ କଳା ପଟି ବାନ୍ଧି ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଅନେକ ବରିଷ୍ଠ ଡାକ୍ତରମାନେ ମଧ୍ୟ ଆନ୍ଦୋଳନରତ ଡାକ୍ତରଙ୍କ ସହ ଏକତା ଦେଖାଇ ସରକାରୀ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସମ୍ବୋର୍ଧନା ସଭାକୁ ଆସିଲେନି ଅପରାଜିତା ।

ଆଜି ଭୁବନେଶ୍ୱର ରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ସଭା ହୋଇଥିଲା  । ପ୍ରଦର୍ଶନୀ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ ସହ ଭବ୍ୟ ସ୍ୱାଗତ କରାଯାଇଥିଲା ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର । ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡିଶା ଆସିଥିବା ଏହି ଦୁଇ ନେତାଙ୍କୁ ନେଇ ଚଳଚଂଚଳ ଥିଲା ରାଜ୍ୟ ବିଜେପି । ଦଳର ବରିଷ୍ଠ ନେତା, ବିଧାୟକ, ପ୍ରଭାରୀ, ସାଂସଦ ସମସ୍ତେ ଉପସ୍ଥିତ ଥିଲେ । ହେଲେ ଭୁବନେଶ୍ୱର ସାସଂଦ ଅପରାଜିତା ଶଢଙ୍ଗୀ ଉପସ୍ଥିତ ନଥିଲେ ।ଭୁବନେଶ୍ୱର ରେ ସଭା ହେଉଛି ହେଲେ ଅପରାଜିତା ଶଢଙ୍ଗୀ ଙ୍କ ଅନୁପସ୍ଥିତ କାହିଁକି ପ୍ରଶ୍ନ ଉଙ୍କି ମାରୁଛି ।ଖାଲି ଅପରାଜିତା ନୁହଁନ୍ତି ବରଗଡ ସାସଂଦ ସୁରେଷ ପୂଜାରୀ ଓ ଜୁଏଲ ଓରାମ ଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା ଏହି ସମ୍ବର୍ଦ୍ଧନା ସଭା ରେ ।ଏନେଇ ଅପରାଜିତା ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.