ETV Bharat / briefs

ଝାଡଖଣ୍ଡୀ ହାତୀ ଆକ୍ରମଣରେ ବୃଦ୍ଧ ମୃତ - attack

ରାସଗୋବିନ୍ଦପୁର ରେଞ୍ଜ ଡାଙ୍କରବିଲା ଗାଁରେ ଝାଡଖଣ୍ଡୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 17, 2019, 1:20 PM IST

Updated : Jun 18, 2019, 10:54 AM IST

ମୟୂରଭଞ୍ଜ: ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଡାଙ୍କରବିଲା ଗାଁରେ ଅଘଟଣ । ଝାଡଖଣ୍ଡୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଡାଙ୍କରବିଲା ଗାଁର ହରିଆ ସରେନ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାନୁସାରେ, ରବିବାର ରାତିରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ 12ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ । ସୋମବାର ସକାଳେ ଡାଙ୍ଗରବିଲା ଗାଁ ଦେଇ ହାତୀପଲ ଯାଉଥିବା ବେଳେ ହରିଆ ସରେନ ହାତୀପଲଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ପଲ ହରିଆଙ୍କୁ ଦଳି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-ELEPHANT ATTACK
DATE-17.06.2019
ANCHOR-ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଳା ରାସଗୋବିନ୍ଦପୁର ରେଞ୍ଜ ଡାଙ୍କରବିଲା ଗାଁରେ ଝାରଖଣ୍ଡି ହାତୀ ଆକ୍ରମଣରେ ହରିଆ ସରେନ ନାମକ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଅଛି। ଗତକାଲି ରାତିରୁ ଝାରଖଣ୍ଡ ଦଲମା ଜଙ୍ଗଲ ରୁ 12 ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ। ଆଜି ସକାଳୁ ଡ଼ାଙ୍ଗରବିଲା ଗାଁ ଦେଇ ହାତୀପଲ ଯାଉଥିବା ବେଳେ ହରିଆ ସରେନ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ପଲ ହରିଆ ସରେନ କୁ ଦଳି ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବନବିଭାଗ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ବାଇଟ-ହପନା ସରେନ-ମୃତକ ଙ୍କ ପୁତୁରା
Last Updated : Jun 18, 2019, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.