ETV Bharat / briefs

ନୀଳଗିରିରେ ହାତୀ ଆତଙ୍କ, ବୃଦ୍ଧ ଗୁରୁତର - oldman

ନୀଳଗିରି ବଣସୀମା ଅଞ୍ଚଳର ସାତରାଣ୍ଡ ଗାଁରେ ହାତୀ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ହେଲେ ସେହି ଗାଁର ଚୈତନ୍ୟ ମାଝି । ଚିକିତ୍ସା ପାଇଁ ବୃଦ୍ଧଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 18, 2019, 11:23 AM IST

ବାଲେଶ୍ବର: ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ ଥମିବାରେ ନାଁ ନେଉନାହିଁ । କେତେବଳେ ମଣିଷ ଓ ଗାଈଗୋରୁ ଦଳି ମାରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରୁଛନ୍ତି । ଗତ କିଛିଦିନ ଲଗାତାର ହାତୀଙ୍କ ଏହି ଉପଦ୍ରବ ଯୋଗୁଁ ଲୋକମାନେ ଭୟଭୀତ ରହୁଥିବା ବେଳେ ସୋମବାର ରାତିରେ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ବଣସୀମା ଅଞ୍ଚଳରେ ସୋମବାର ରାତିରେ ସାତରାଣ୍ଡ ଗାଁର ଜଣେ 65 ବର୍ଷୀୟ ବୃଦ୍ଧ ଚୈତନ୍ୟ ମାଝିଙ୍କୁ କଚାଡି ଗୁରୁତର କରିଛି । ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଗୋପାଳପୁର ଜଙ୍ଗଲ ଦେଇ ଗତ 12 ତାରିଖରେ 35ଟି ଝାଡ଼ଖଣ୍ଡି ହାତୀପଲ ତିନିକୋଶିଆ ଜଙ୍ଗଲରେ ଗୋଟିଏ ଦିନ ରହିଥିଲେ । 13 ତାରିଖ ସନ୍ଧ୍ୟାରେ ହାତୀପଲ ଗାଁ ମୁହାଁ ହୋଇଥିଲେ । ଜାମୁଡିହା ପଞ୍ଚାୟତ ଗୁଡିଶୂଳ ଗ୍ରାମରେ ପଶି 7ଟି ଘର ଭାଙ୍ଗି ଦେଇଥିଲେ । ପୁଣି 15 ତାରିଖ ରାତି ତମାମ ଗରଡି ପଞ୍ଚାୟତ ବାଙ୍କୀସାହି ଗ୍ରାମବାସୀଙ୍କ ନିଦ ହାତୀପଲ ହଜାଇ ଦେଇଥିବା ବେଳେ ଗୋଟେ ଘର ଓ ବହୁ ନଡ଼ିଆ ଗଛ ଭାଙ୍ଗିଦେଇଥିଲେ । ଏହାସହିତ ଗଛରୁ ପଣସ ନଷ୍ଟ କରିଥିଲେ । ତେବେ ସୋମବାର ରାତିରେ ତିନିକୋଶିଆ ଜଙ୍ଗଲରୁ ବାହାରି କୁଳଡିହା ଜଙ୍ଗଲରେ ହାତୀପଲ ପଶି ବାଟରେ ଯିବାରାସ୍ତାରେ ତେଣ୍ଡା ଗାଁର 9ଟି ଭାଙ୍ଗି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ ଥମିବାରେ ନାଁ ନେଉନି। କେତେବଳେ ଗାଈକୁ କଚାଡି ମାରିଲେଣି ତ ପୁଣି କେତେବେଳେ ଘର ଭାଙ୍ଗିଲେଣି ଓ ଧାନ ଚାଉଳ ନଷ୍ଟ କଲେଣି। ଗତ କିଛିଦିନ ଲଗାତର ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକମାନେ ଭୟଭୀତ ଥିବା ବେଳେ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।Body:ନୀଳଗିରି ବଣସୀମା ଅଞ୍ଚଳରେ ଗତକାଲି ରାତିରେ କୁଲଢ଼ିଆ ରୁ ଝାଡ଼ଖଣ୍ଡୀ ହାତୀପଲ ବାହାରି ଜାମୁଡିହା ପଞ୍ଚୟତ ର ସାତରାଣ୍ଡ ଓ ପଖରିଆ,ଭୂଟାସିମିଲି ଗାଁରେ ଘରଭାଙ୍ଗିବାସହ ସାତରାଣ୍ଡ ଗାଁରେ ଚୈତନ୍ନ ମାଝୀ 65 ଙ୍କୁ କଚାଡି ଗୁରୁତର କରିଥିବା ଜଣାପଡିଛି। ତାଙ୍କୁ 108 ଯୋଗେ ନୀଳଗିରି ମେଡିକାଲ୍ ରେ ଭର୍ତି କରାଯାଇଛି ।
ଗୋପାଳପୁର ଜଙ୍ଗଲ ଦେଇ ଗତ 12 ତାରିଖରେ 35 ଟି ଝାଡ଼ଖଣ୍ଡି ହାତୀପଲ ପଶିଥିବା ବେଳେ ତିନିକୋଶିଆ ଜଙ୍ଗଲରେ ଗୋଟେଦିନ ରହିବାପରେ 13 ତାରିଖ ସନ୍ଧ୍ୟାରୁ ଗାଁ ମୁହାଁ ହୋଇଥିଲେ। Conclusion:ଜାମୁଡିହା ପଞ୍ଚାୟତ ଗୁଡିଶୂଳ ଗ୍ରାମରେ ପଶି 7 ଘର ଭାଂଗିଥିଲେ।ପୁଣି 15 ତାରିଖ ରାତିତମାମ ଗରଡି ପଞ୍ଚାୟତ ବାଙ୍କୀସାହି ଗାଁରେ ହାତୀପଲ ଲୋକଙ୍କ ନିଦ ହଜାଇ ଥିବା ବେଳେ ଗୋଟେ ଘର ଭାଙ୍ଗିବା ସହ ବହୁ ନଡ଼ିଆ ଗଛ ଭାଙ୍ଗିବା ସହ ପଣସ ଗଛ ରୁ ପଣସ ନଷ୍ଟ କରିଥିଲେ ତେବେ କାଲି ରାତିରେ ତିନିକୋଶିଆ ଜଙ୍ଗଲରୁ ବାହାରି କୁଳଡିହା ଜଙ୍ଗଲ ରେ ପସିଛନ୍ତି ତେବେ ବାଟରେ ଯିବାରାସ୍ତାରେ ତେଣ୍ଡା ଗାଁରେ 9 ଘର ଭାଂଗିଥିବା ଦେଖାଯାଇଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.