ETV Bharat / briefs

ସଙ୍କଟରେ ସହାୟତା ହାତ ବଢାଇଲା ଓଡିଶା, ଆନ୍ଧ୍ରକୁ ପଠାଇଲା 22 ଟନ୍ ଅକ୍ସିଜେନ

author img

By

Published : Apr 23, 2021, 7:54 AM IST

Updated : Apr 23, 2021, 9:33 AM IST

ଦେଶରେ ଅକ୍ସିଜେନ ସଙ୍କଟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଆନ୍ଧ୍ରକୁ ପଠାଇଲା 22 ଟନ୍ ଅକ୍ସିଜେନ
ଆନ୍ଧ୍ରକୁ ପଠାଇଲା 22 ଟନ୍ ଅକ୍ସିଜେନ

କଟକ/ ଅନୁଗୋଳ: ଦେଶରେ କୋଭିଡ ମହାମାରୀ ଦ୍ବିତୀୟ ଲହର ସଂକ୍ରମଣ ସାଂଘାତିକ ହେବାରେ ଲାଗିଛି । ଏଭଳି ସ୍ଥତିରେ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଏହିଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଓଡ଼ିଶା ବଢାଇଛି ସାହାଯ୍ୟର ହାତ । ଏହି ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଉ ଏହି ଅକ୍ସିଜେନ ଯୋଗାଣରେ ସବୁଠୁ ଆଗରେ ରହିଛି ଅନୁଗୋଳ ଜିଲ୍ଲା ।

ଆନ୍ଧ୍ରକୁ ପଠାଇଲା 22 ଟନ୍ ଅକ୍ସିଜେନ

ଅନୁଗୋଳରୁ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଅକ୍ସିଜେନର ଭର୍ତ୍ତି ଏକ ଟ୍ୟାଙ୍କର ବିଶାଖାପାଟଣା ପଠାଯାଇଛି। ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ପକ୍ଷରୁ ଏହି ଅକ୍ସିଜେନ ଯୋଗାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର ସରକାରଙ୍କ ଅନୁରୋଧ କ୍ରମେ 22 ଟନ୍ ଅକ୍ସିଜେନ ପଠାଇଛନ୍ତି ଓଡ଼ିଶା ସରକାର । ଏକ ସ୍ଵତନ୍ତ୍ର ଗାଡିରେ ପ୍ରାୟ ୨୨ ଟନ ଅକ୍ସିଜେନ ବିଶାଖାପାଟଣା ପଠାଯାଇଛି ।

ଅନୁଗୁଳ ଠାରେ ଥିବା ଜିନ୍ଦଲ୍‌ ଷ୍ଟିଲ ପ୍ଲାଣ୍ଟରୁ 22 ଟନ୍ 160 କେଜିର ତରଳ ଅକ୍ସିଜେନ୍ ନେଇ ଏକ ବିଶାଳ ଟ୍ୟାଙ୍କର ଗତକାଲି(ଗୁରୁବାର) ରାତି ସାଢେ 10ଟା ବେଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସାଧାରଣତଃ 11 ଘଣ୍ଟା 40 ମିନିଟ ସମୟ ଲାଗୁଥିବା 524 କିଲୋମିଟର ଲମ୍ବା ଏହି ରାସ୍ତାକୁ 10 ଘଣ୍ଟା ମଧ୍ୟରେ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଯେପରି ବିନା କୌଣସି ବାଧାବିଘ୍ନରେ ଏବଂ ଧାର୍ଯ୍ୟ ସମୟରେ ଅକ୍ସିଜେନ୍ ଟ୍ୟାଙ୍କରଟି ବିଶାଖାପାଟଣା ଯେପରି ପହଁଞ୍ଚି ପାରିବ ସେଥିପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ୟାଙ୍କରଟିର ଆଗ ଓ ପଛରେ ପୋଲିସ ଏସକର୍ଟ ଭ୍ୟାନ ସହିତ ପାଇଲଟିଂ ମଧ୍ୟ କରାଯାଇଛି । ଅନୁଗୁଳ ଏସ.ପି ଜଗମୋହନ ମିନା ନିଜେ ପୁରା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ଟାଙ୍କରଟି ଯିବା ରାସ୍ତାରେ ଆସୁଥିବା ଜିଲ୍ଲାର ପୋଲିସକୁ ପଥ ପରିଷ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 23, 2021, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.