ଅମରାବତୀ: ଗତକାଲି ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ୟୁଭି ଶୁଭ ରେଡ୍ଡୀ ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି । ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନିଜ ଦାଦା ତଥା ୱାଇଏସଆରସିପି ନେତା ଶୁଭ ରେଡ୍ଡୀଙ୍କୁ ଗତକାଲି ନିଯୁକ୍ତି ଦେଇଥିଲେ ।
ଏହାସହ ଖବୁ ଶିଘ୍ର ଅନ୍ୟ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।