ନୟାଗଡ଼: ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି l ସେହିମାତ୍ରାରେ ଅମାନିଆଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରୁ ଆଜି(ଶୁକ୍ରବାର) 315 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ 2,846ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି l
ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ଆଡକୁ ଗତି କରୁଛି l ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l କୋରୋନା ସଚେତନତା ଏବଂ କଟକଣା ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ