ETV Bharat / briefs

ମୁମ୍ବାଇ ଏୟାରପୋର୍ଟରେ ପତ୍ନୀଙ୍କ ସହ ଅଟକ ରହିଲେ ନରେଶ ଗୋଏଲ - travel

ବିଦେଶ ଯାତ୍ରାରେ ଯାଉଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଅଟକ ରହିଲେ ଜେଟ୍ ଏୟାରୱେଜର ପୂର୍ବତନ ଚେୟାରମ୍ୟାନ ନରେଶ ଗୋଏଲ ଏବଂ ତାଙ୍କ ସହଧର୍ମିଣୀ ଅନିତା ଗୋଏଲ ।

author img

By

Published : May 25, 2019, 11:07 PM IST

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ ଅଟକ ରହିଲେ ଜେଟ୍ ଏୟାରୱେଜର ପୂର୍ବତନ ଚେୟାରମ୍ୟାନ ନରେଶ ଗୋଏଲ ଏବଂ ତାଙ୍କ ସହଧର୍ମିଣୀ ଅନିତା ଗୋଏଲ । ପତ୍ନୀଙ୍କ ସହ ବିଦେଶ ଯାତ୍ରାରେ ଯାଉଥିବା ବେଳେ ଅଟକ ରଖିଥିଲେ ଏୟାରପୋର୍ଟର ଇମିଗ୍ରେସନ୍ ଅଧିକାରୀ ।

ମିଳିଥିବା ସୂଚନାନୁସାରେ, ଗୋଏଲ ଏବଂ ତାଙ୍କ ପତ୍ନୀ ଏମିରେଟସର ଉଡାଣ ସଂଖ୍ୟା EK507ରେ ଦୁବାଇ ଯାତ୍ରା କରିଥାନ୍ତେ । ମାତ୍ର ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ଯାତ୍ରା କରିବାକୁ ମନା କରି ଦେଇଥିଲେ । ଖାଲି ସେତିକି ନୁହେଁ ଅନିତାଙ୍କ ଜିନିଷକୁ ମଧ୍ୟ ବିମାନ ତଳକୁ ଓହ୍ଲାଇ ଦିଆଯାଇଥିଲା ।

naresh goyal, wife, denied permission,travel abroad
ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ତେବେ ନରେଶ ଗୋଏଲ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏମିରେଟସର ପ୍ରତିକ୍ରିୟାକୁ ଅପେକ୍ଷା ରହିଛି । ଗତ ମାସରେ ଜେଟ ଏୟାରୱେଜର ଅଧିକାରୀ ଏବଂ କର୍ମଚାରୀ ସଂଘର ଅଧ୍ୟକ୍ଷ କିରଣ ପାୱସକର ମୁମ୍ବାଇ ପୋଲିସକୁ ଚିଠି ଲେଖିଥିଲେ । ଆର୍ଥିକ ସଙ୍କଟ ଥିବାରୁ କମ୍ପାନୀର କର୍ମଚାରୀଙ୍କୁ କିଛି ମାସ ଧରି ଦରମା ଦିଆଯାଉନଥିଲା । ଏନେଇ ଜେଟ୍ ଏୟାରୱେଜର ବରିଷ୍ଠ ଅଧିକାରୀଙ୍କ ସହ ଗୋଏଲ ପାସପୋର୍ଟକୁ ଜବତ କରିବାକୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ପୂର୍ବରୁ ଗୋଏଲ ଏବଂ ତାଙ୍କ ପତ୍ନୀ ଅନିତା ମାର୍ଚ୍ଚରେ ଜେଟ୍ ଏୟାରୱେଜର ବୋର୍ଡରୁ ଇସ୍ତଫା ଦେଇଥିଲେ । ନରେଶ 26 ବର୍ଷ ପୂର୍ବରୁ ଜେଟ୍ ଏୟାରୱେଜର ସ୍ଥାପନା କରିଥଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.