ETV Bharat / briefs

ବନ୍ଦ ହେଲା 'ନମୋ ଟିଭି'

ବନ୍ଦ ହେଲା ବିଜେପି ପ୍ରାୟୋଜିତ ଟେଲିଭିଜନ ନମୋ ଟିଭି । ଶେଷ ପର୍ଯ୍ୟାୟ ନିର୍ବାଚନର 2 ଦିନ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି ।

author img

By

Published : May 21, 2019, 11:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେବା ପୂର୍ବରୁ ବନ୍ଦ ହେଲା 'ନମୋ ଟିଭି' । ବିଜେପି ପ୍ରାୟୋଜିତ ଏହି ଟେଲିଭିଜନରେ ମୋଦିଙ୍କ ବିଭିନ୍ନ ରାଲି ଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମର କରାଯାଉଥିଲା ପ୍ରସାରଣ । ମାତ୍ର ଶେଷ ପର୍ଯ୍ୟାୟ ନିର୍ବାଚନର 2 ଦିନ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି । ସେପଟେ ଟେଲିଭିଜନ ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ଜଣେ କର୍ମୀ । ଲୋକସଭା ନିର୍ବାଚନ ଶେଷ ହେବା ପରେ ଏହାର କୌଣସି ଆବଶ୍ୟକତା ନଥିବାରୁ ପ୍ରଚାରର ଶେଷ ତାରିଖରେ ଏହାକୁ ବନ୍ଦ କରିଦିଆଗଲା ।

namo tv, quietly, air, lok sabha, elections, end
ଫାଇଲ ଫଟୋ

ନମୋ ଟିଭି ଆରମ୍ଭରୁ ବିବାଦ ଘେରରେ ରହିଆସୁଥିଲା । ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ବାରା ନିର୍ବାଚନ ଆୟୋଗକୁ ଟାର୍ଗେଟ୍ କରାଯାଇଥିବା ଏକ ଟ୍ବିଟରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା । ସେହିପରି ବିରୋଧୀ ଦଳ ମଧ୍ୟ ନମୋ ଟିଭିକୁ ନେଇ ଆପତ୍ତି ପ୍ରଦର୍ଶନ କରିଥିଲେ । ବିଜେପି ଏଭଳି କରି ସିଧାସଳଖ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି । ସାରା ଦେଶରେ ଏହି ଚ୍ୟାନେଲର ସେବା ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଇଥିଲା ।

ଅପରପକ୍ଷେ ଏହି ଚ୍ୟାନେଲ କେବଲ ଟିଭିର ଏକ ବିଜ୍ଞାପନ ମଞ୍ଚ ବୋଲି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପକ୍ଷରୁ ଦାବି କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.