ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍(ଆଇଏମଏସ)ହସ୍ପିଟାଲକୁ ବଡ଼ ସଫଳତା । ଆଇଏମଏସ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ ସ୍ବୀକୃତିପ୍ରାପ୍ତ ହୋଇଛି ।
ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତର ରହିବ । ଏନଏବିଏଚ ହେଉଛି କ୍ବାଲିଟି କାଉନସିଲ ଅଫ ଇଣ୍ଡିଆର ଏକ ଇନଷ୍ଟିଚ୍ୟୁଟ ବୋର୍ଡ । ଦ୍ଵିତୀୟ ଥର ଲାଗି ସମ୍ମାନଜନକ ଏନଏବିଏଚ ସୀକୃତି ପ୍ରାପ୍ତ ହୋଇଛି ଆଇଏମଏସ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ