ETV Bharat / briefs

ନବରଙ୍ଗପୁରରେ 300 ତଳକୁ ଖସୁନି ସଂକ୍ରମଣ ସଂଖ୍ୟା - ନବରଙ୍ଗପୁରରେ କୋରୋନା ସଂକ୍ରମିତ

ନବରଙ୍ଗପୁର ଜିଲ୍ଲାରେ ଶନିବାର ୩୫୭ ଜଣ ନୂଆ ପଜିଟିଭ ଚିହ୍ନଟ l ଅଧିକ ପଢନ୍ତୁ...

Covid-19 positive
Covid-19 positive
author img

By

Published : May 22, 2021, 7:41 PM IST

ନବରଙ୍ଗପୁର: ଦିନକୁ ଦିନ ଜିଲ୍ଲାରେ ବଢ଼ୁଛି କମୁଛି ସଂକ୍ରମଣ ମାମଲା । ଶନିବାର ପୁଣି ୩୫୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l ନବରଙ୍ଗପୁର ଜିଲ୍ଲାରେ ଶୁକ୍ରବାର କୋରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ 24 ଘଣ୍ଟାରେ ଜିଲ୍ଲାରେ 357 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Covid-19 cases
କୋରୋନା ମିଟର ଉପରମୁହାଁ

ଶନିବାର ଚିହ୍ନଟ ହୋଇଥିବା 357 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 70 ଜଣ, ରାଇଘର ବ୍ଲକରୁ 47 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 42 ଜଣ, ଝରିଗାଁ ବ୍ଲକରୁ 34 ଜଣ, ଉମରକୋଟ ପୌରାଞ୍ଚଳରୁ 30 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦାହାଣ୍ଡିରୁ 20 ଜଣ, ପାପଡାହାଣ୍ଡି ବ୍ଲକରୁ 19 ଜଣ, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 17 ଜଣ ଲେଖାଏ, କୋଷାଗୁମୁଡା 15 ଜଣ ଏବଂ ଡାବୁଗାଁ ବ୍ଲକରୁ 12 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ତେବେ ଜିଲ୍ଲାରେ ଲଗାତାର ଭାବେ ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 2 ଲକ୍ଷ 67 ହଜାର 784 ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ 17,507 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସେଥିମଧ୍ୟରୁ 14,053 ଜଣ ସୁସ୍ଥ ହୋଇଛନ୍ତି ।

ଏବେ ମୋଟ 3,324 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସେଥିମଧ୍ୟରୁ 3,067 ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ 257 ଜଣ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.