ETV Bharat / briefs

ପଡୁନି ତାଲାବନ୍ଦର ପ୍ରଭାବ, ନବରଙ୍ଗପୁରରେ ଉପରମୁହାଁ କୋରୋନା ଗ୍ରାଫ - ନବରଙ୍ଗପୁରରେ ପଡୁନି ତାଲାବନ୍ଦର ପ୍ରଭାବ

ଶୁକ୍ରବାର ଜିଲ୍ଲାରେ ଗୋଟିଏ ଦିନରେ 383 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

covid positive cases
covid positive cases
author img

By

Published : May 21, 2021, 4:13 PM IST

ନବରଙ୍ଗପୁର: ଜିଲ୍ଲାରେ ପଡୁନି ତାଲାବନ୍ଦର ପ୍ରଭାବ । ଗୋଟିଏ ଦିନରେ ପୁଣି 383 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ l ଏହି ସଂଖ୍ୟା ପରେ ଜିଲ୍ଲାରେ 17 ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା l

covid positive cases
ନବରଙ୍ଗପୁରରେ ଉପରମୁହାଁ କୋରୋନା ଗ୍ରାଫ

ନବରଙ୍ଗପୁର ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ଚେନ୍‌ ଭାଙ୍ଗିବା ଏବଂ ମହାମାରୀକୁ ପ୍ରତିରୋଧ କରିବାକୁ ତାଲାବନ୍ଦ କଟକଣାର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ଗୁରୁବାର ଠାରୁ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଛି । ମାତ୍ର ଦୈନିକ ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି l ଶୁକ୍ରବାର ଜିଲ୍ଲାରେ ପୁଣି ଗୋଟିଏ ଦିନରେ 383 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଫଳରେ ଜିଲ୍ଲାରେ ତାଲାବନ୍ଦର କୈାଣସି ପ୍ରଭାବ ପଡୁନଥିବା କୁହାଯାଉଛି ।

ଶୁକ୍ରବାର ଚିହ୍ନଟ 383 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ନବରଙ୍ଗପୁର ପୌରାଞ୍ଚଳରୁ 69 ଜଣ, ଉମରକୋଟ ବ୍ଲକରୁ 58 ଜଣ, ରାଇଘର ବ୍ଲକରୁ 49 ଜଣ, ଉମରକୋଟ ପୌରାଞ୍ଚଳରୁ 36 ଜଣ, ନନ୍ଦାହାଣ୍ଡି ବ୍ଲକରୁ 35 ଜଣ, ଝରିଗାଁ ବ୍ଲକରୁ 31 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରୁ 26 ଜଣ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରୁ 21 ଜଣ ଲେଖାଏଁ, ତେନ୍ତୁଳିଖୁଣ୍ଟି ବ୍ଲକରୁ 14 ଜଣ, ଡାବୁଗାଁ ବ୍ଲକରୁ 12 ଏବଂ ନବରଙ୍ଗପୁର ବ୍ଲକରୁ 11 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଜିଲ୍ଲାରେ ଆଜକୁ ମୋଟ 17 ହଜାର 178 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେଥି ମଧ୍ୟରୁ 13 ହଜାର 759 ଜଣ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ମୋଟ 3 ହଜାର 293 ଜଣ ସଂକ୍ରମିତଙ୍କ ସକ୍ରିୟ ମାମଲା ରହିଥିବା ବେଳେ ସେଥିମଧ୍ୟରୁ ମୋଟ 3 ହଜାର 73 ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 66 ହଜାର 165 ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l ତେବେ ବେଳ ଥାଉଣୁ ପଦକ୍ଷେପ ନନେଲେ ଆଗକୁ ମହମାରୀ ଅଧିକ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଜିଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.