ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କୁ ହେଲା କୋରୋନା । ପୂର୍ବରୁ ଅନେକ ବିଧାୟକ ଓ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି(ବୁଧବାର) ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିଛି । ଏନେଇ ସେ ହୋମ ଆଇସୋଲେସନରେ ଥିବା ସୂଚନା ଦେଇଛନ୍ତି ।
ତେବେ ନିକଟ ଅତୀତରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତଙ୍କୁ ସେ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ