ନୂଆଦିଲ୍ଲୀ: ଆକାଶ ଛୁଆଁ ମୋଦିଙ୍କ ଲୋକପ୍ରିୟତା । ବହୁ ପ୍ରଭାବଶାଳୀ ଦେଶର ମୁଖ୍ୟ ବି ମୋଦି ମ୍ୟାଜିକ ଆଗରେ ଫିକା । ମୋଦି କେବଳ ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ନେତା ନୁହଁନ୍ତି, ବରଂ ତାଙ୍କ ଲୋକପ୍ରିୟତା ବି ଅସାଧାରଣ । ଚଳିତ ନିର୍ବାଚନ ହିଁ ଏକଥା ବୟାନ କରୁଛି ।
ଚଳିତ ଲୋକସଭା ନିର୍ବାଚନରେ 543ଟି ଆସନରୁ 346 ସିଟ ପୋଛି ନେଲା ବିଜେପି । ବିରୋଧୀଙ୍କ ମେଣ୍ଟକୁ କଡ୍ଡା ଟକ୍କର ଦିଏ ପଦ୍ମ । ଆଉ ମୋଦିଙ୍କ ଆଗରେ ହାରମାନେ ମେଣ୍ଟ ସରକାର । ଏକାସାଙ୍ଗରେ ଆଶାଠୁ ଅଧିକ ଆସନ ହାତେଇ ଐତିହାସିକ ବିଜୟ ହାସଲ କରେ ବିଜେପି । ମୋଦିଙ୍କ ଏପରି ମ୍ୟାଜିକ ଦେଖି ଦରିଆପାରିରୁ ଆସିବାକୁ ଲାଗିଲା ଶୁଭେଚ୍ଛା ସହ ସମର୍ଥନ ।
2014, ମିଆଁମାରରେ ଏକ ଏସିଆନ ସମ୍ମିଳନୀରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା ଓ ମୋଦି ଯୋଗ ଦେଇଥିଲେ । ଯେଉଁଠି ଓବାମା କହିଥିଲେ ମୋଦିଙ୍କ ପାଖରେ ବିପୁଳ ବହୁମତ ରହିଛି । ଯାହା ଏବେ ପ୍ରମାଣିତ ହୋଇଯାଇଛି ।
ଗଣତନ୍ତ୍ର ରାଷ୍ଟ୍ରରେ ଏଥର ନିର୍ବାଚନ ଥିଲା ବେଶ ରୋଚକମୟ । 2014ରେ କ୍ଷମତା ହରାଇଥିବା କଂଗ୍ରେସ ମୋଦିଙ୍କୁ ଦେଉଥିଲା ଟକ୍କର । ସମସ୍ତ ବିରୋଧୀ ଏକଜୁଟ ହୋଇ ମୋଦି ବିରୋଧୀ ନାରା ଦେଇ ବିଜେପିକୁ ଗାଦି ଚ୍ୟୁତ କରିବାକୁ ରଚିଥିଲା ପ୍ରୟାସ । ହେଲେ ଏକାକୀ ଦଳ ଭାବେ ଉଭା ହେଲା ବିଜେପି । ବହୁମତ ସହ ପୁଣି କ୍ଷମତାକୁ ଫେରିଛି । ଏହା ପ୍ରଥମ ଥର ଥିଲା ଯେବେ ବିଜେପି ଦ୍ବିତୀୟଥର ପାଇଁ କ୍ଷମତାକୁ ଫେରିଛି ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ତଥା ବେଞ୍ଜାମିନ ନେତାନ୍ୟାହୁ ମୋଦିଙ୍କୁ ଭଲ ବନ୍ଧୁ ବୋଲି ନିକଟରେ କହିଥିଲେ । 65 ସିଟ ସହ ଏକ ଛୋଟ ଦଳ ସମର୍ଥନରେ କ୍ଷମତା ହାସଲ କରିଛନ୍ତି ନେତାନ୍ୟାହୁ । ଜାପାନରେ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଚଳନୀୟ ଭୋଟ ପାଇଛନ୍ତି । କିନ୍ତୁ ଏହା ଭିତରେ ଇଣ୍ଡୋନେସିଆର ସକ୍ଟ ମୋରିସନ ଭାରିମତରେ ବିଜୟ ହାସଲ କରିଛନ୍ତି ।
ଏମିତି ବି କେତେକ ରାଷ୍ଟ୍ରର ଟପ ନେତା ଅଛନ୍ତି ଯେଉଁମାନେ ମୋଦିଙ୍କ ଆଗରେ ଫିକା ପଡିଯାଇଛନ୍ତି । ବ୍ରେକ୍ସିଟ ଟିଲକୁ ନେଇ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଫ୍ରେଞ୍ଚ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ଓ ଜର୍ମାନ ଚ୍ୟାନସେଲର ଅଞ୍ଜେଲା ମାର୍କେଲଙ୍କ ମଧ୍ୟ ଏହି ଦୌଡରେ ଅଛନ୍ତି । ଏପରିକି ରୁଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ, ଇର୍ଡାଗନଙ୍କ ଭଳି ସର୍ବଶ୍ରେଷ୍ଠ ନେତା ମଧ୍ୟ ମୋଦିଙ୍କ ଲୋକପ୍ରିୟତାରେ ଦବି ଯାଇଛନ୍ତି ।
କିନ୍ତୁ ଏମିତି ବି କେତେକ ରାଷ୍ଟ୍ରର ନେତା ଆଜି ଯେଉଁମାନଙ୍କ ଲୋକପ୍ରିୟତା ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଓ ଚୀନର ରାଷ୍ଟ୍ରପତି ଜିଙ୍ଗ ପିଙ୍ଗଙ୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି।
ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏସସିଓ, ଜି20 ଓ ଜି7 ଭଳି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି । ଏଭଳି କୌଣସି ସମ୍ମିଳନୀରେ ମୋଦି ସବୁବେଳେ ନିଜକୁ ନିୟୋଜିତ କରିଆସିଛନ୍ତି । ବିଶ୍ବ ଦରବାରରେ ଭାରତକୁ ଏକ ବଳିଷ୍ଠ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେବ ଯାହା ଦ୍ବାର ଆମେରିକା ଭଳି ଏକ କ୍ଷମତାସମ୍ପୂର୍ଣ୍ଣ ରାଷ୍ଟ୍ର ହୋଇପାରିବ ଭାରତ।