ଭଦ୍ରକ: ଜିଲ୍ଲାର ଚିଙ୍ଗୁଡି ପ୍ଲାଣ୍ଟରେ କାମ କରୁଥିବା ନାବାଳକ କର୍ମଚାରୀ ଗୁରୁତର । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କସିଆଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିବା 17 ବର୍ଷୀୟ ନାବାଳକ କର୍ମଚାରୀ ଗୁରୁତର ହୋଇଛି ।
ଗୁରୁତର ଜଣକ ମୟୂରଭଞ୍ଜ ଜିଲ୍ଲା ମହୁଲବନି ଗ୍ରାମର ପିତାମ୍ବର ମାହନ୍ତଙ୍କ ପୁଅ କୃଷ୍ଣଚନ୍ଦ୍ର ମାହନ୍ତ। ସେ ଆଜି(ଶୁକ୍ରବାର) କସିଆଠାରେ ଥିବା ଏକ ଚିଙ୍ଗୁଡି ପ୍ଲାଣ୍ଟରେ କାମ କରୁଥିବା ବେଳେ ସେଠାରେ ଥିବା ଏରିଏଟରରେ ଗୁଡେଇ ହେଇଯାଇଥିଲେ।
ଏହାପରେ ତୁରନ୍ତ ଅନ୍ୟ କର୍ମଚାରୀ ଆସି ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ