ETV Bharat / briefs

ନୂଆ ମନ୍ତ୍ରୀଙ୍କୁ ମିଳିଲା ଅଫିସ: ପୂଜା କଲେ ପଦ୍ମନାଭ, ବୁଦ୍ଧଙ୍କ ଶରଣରେ ରାଜା

ନୂଆ ସରକାରରେ ନୂଆକରି ମନ୍ତ୍ରୀପଦ ସମ୍ଭାଳିଥିବା ବିଧାୟକଙ୍କୁ ମିଳିଲା ପ୍ରକୋଷ୍ଠ ଆଉ କ୍ଵାର୍ଟର । କିଏ ପୂଜାପାଠ କରି ଗୃହପ୍ରବେଶ କରିଛନ୍ତି ତ ଆଉ କିଏ ମୁଣ୍ଡିଆ ମାରି ମିଳିଥିବା ଦାୟିତ୍ବର ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 10, 2019, 7:56 PM IST

ଭୁବନେଶ୍ବର: 5ମ ଥର ସରକାର ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନୂଆ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ମନ୍ତ୍ରୀ ମାନଙ୍କୁ ଅଫିସ ମିଳିଯାଇଛି । ଆଉ କିଛି ମନ୍ତ୍ରୀ ମାନଙ୍କ କ୍ଵାର୍ଟର କାମ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେଉଁ ମାନଙ୍କୁ କ୍ଵାର୍ଟର ମିଳି ଯାଇଛି ସେମାନେ ସୋମବାର ଦିନ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା । ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିବା ପଦ୍ମନାଭ ବେହେରା ଆଜି ହୋମ ଯଜ୍ଞ କରିଥିଲେ । ଏହା ସହ ଆଠଗଡର ବିଧାୟକ ତଥା ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ମନ୍ତ୍ରୀ ହୋଇଥିବା ରାଜା ସ୍ଵାଇଁ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି । ବୁଦ୍ଧଦେବଙ୍କ ମୂର୍ତ୍ତିକୁ ମୁଣ୍ଡିଆ ମାରି କାର୍ଯ୍ୟ ଆରମ୍ଭ କରିଥିବା ମନ୍ତ୍ରୀ ରାଜା ସ୍ଵାଇଁ କହିଛନ୍ତି । ଏଥିସହ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପତ୍ନୀ କହିଛନ୍ତି ଯେ , ଲୋକଙ୍କ ସେବା କରିବା ପାଇଁ ଭଗବାନଙ୍କ ଆର୍ଶୀବାଦ ଭିକ୍ଷା କରିଛୁ ।

ଅନ୍ୟପଟେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଟୁକୁନି ସାହୁ ତାଙ୍କ କ୍ଵାର୍ଟର କାର୍ଯ୍ୟ କେତେବାଟ ଆଗେଇଛି ତାହାର ତଦାରଖ କରିଛନ୍ତି ।

ସୂଚନା ଅନୁସାରେ, ମନ୍ତ୍ରୀ ମାନଙ୍କୁ କ୍ଵାର୍ଟର ମିଳିନଥିବା ହେତୁ ଗେଷ୍ଟ ହାଉସ ଓ ନିଜ ବାସଭବନରେ ସରକାରୀ କାମ କରୁଥିବାର ଦେଖିବାକୁ ମିଳିଥିଲା ।

ଏହା ସହ ଏବେ ମନ୍ତ୍ରୀମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଜର ରହିଛି । ପୂର୍ବରୁ ବର୍ଷକୁ ଥରେ ରିପୋର୍ଟ ଦେଉଥିବା ବେଳେ ଏବେ ମାସକୁ ଥରେ ନିଜ ବିଭାଗର ରିପୋର୍ଟ ଦେବେ ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.