ETV Bharat / briefs

ଆମ ଗାଁ ଆମ୍ବର ପସରା

ସରକାରୀ ଆମ୍ବ ବଜାର ଯୋଗୁଁ ଚାଷୀ ନିଜର ଉପଯୁକ୍ତ ପାଉଣା ପାଇ ପାରୁଛି । ଏଥିସହ ଗ୍ରାହକମାନେ ସ୍ବାଦିଷ୍ଟ ଓ ରାସାୟନିକ ମୁକ୍ତ ଆମ୍ବ ପାଇ ପାରୁଛନ୍ତି। ଏପରି ଆମ୍ବମେଳା ଉଭୟ ଚାଷୀ ଓ ଗ୍ରାହକଙ୍କ ପାଇଁ ହିତକର ସାବ୍ୟସ୍ତ ହୋଇଛି।

ଡିଜାଇନ ଫଟୋ
author img

By

Published : Jun 1, 2019, 9:47 PM IST

ଅନୁଗୋଳ: ଏବେ ସବୁଠି ଆମ୍ବର ଚାହିଦା । ଆମ୍ବର ନା ଶୁଣିଲେ ହିଁ ପାଟିରୁ ଆପେ ଆପେ ଲାଳ ଆସିଯାଇ ଥାଏ। ତେବେ ଆଜିର ଦିନରେ ତାଜା ଓ ରାସାୟନିକ ମୁକ୍ତ ଆମ୍ବ ମିଳିବା ଏତେଟା ସହଜ ନୁହେଁ । କିନ୍ତୁ ଏପରି ଆମ୍ବ ଗ୍ରାହକଙ୍କୁ ଯୋଗାଇ ଦେଇଛି ସରକାରୀ ଆମ୍ବ ବଜାର। ଦଶେରୀ, ବମ୍ବେ ଗ୍ରୀନ, ଲେଙ୍ଗେଡା , ଆଲଫାନସୋ , ହିମସାଗର , ଗୁଲାବଖାସ ଓ ମଲ୍ଲିକା ଏହିଭଳି କେତେ ପ୍ରଜାତିର ଦେଶୀ ଓ ବିଦେଶୀ ଆମ୍ବର ପସରା ମେଲିଛି ଆମ୍ବ ମେଳାରେ ।

ଅନୁଗୋଳ ଜିଲ୍ଲାର ସଦର ମହକୁମାର ଷ୍ଟାଡିୟମ ପଡିଆରେ ଖୋଲିଛି ଏହି ଆମ୍ବ ମେଳା । ଜିଲ୍ଲା ପ୍ରଶାସନ, ଓଡିଶା ଜୀବିକା ମିଶନ, ଓରମାସ ଓ ଉଦ୍ୟାନବିଭାଗର ମିଳିତ ସହଯୋଗରେ ଚାଲିଛି ଏହି ମେଳା । ଜିଲ୍ଲାରେ ଆମ୍ବର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ବଜାର ସୁବିଧା ଦେବାପାଇଁ ପ୍ରଶାସନ ଖୋଲିଛି ଏହି ମେଳା । 'ଆମ ଗାଁ ଆମ୍ବର ପସରା' ନାଁରେ ଗତ ୨୯ ତାରିଖରୁ ଏଠାରେ ଚାଲିଛି ଆମ୍ବ ମେଳା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ନିଜ ମନପସନ୍ଦର ସ୍ଵାଦିଷ୍ଟ ଆମ୍ବକୁ ଗ୍ରାହକ ମାନେ ଚାଷୀଙ୍କ ଠାରୁ ସିଧାସଳଖ କିଣିବାର ସୁବିଧା ପାଉଛନ୍ତି । ପୂର୍ବରୁ ଆମ୍ବଚାଷୀ ମାନେ ବେପାରୀଙ୍କ ଦ୍ଵାରା ଶୋଷଣ ହେଉଥିଲେ । ମାତ୍ର ଏବେ ଏହି ଆମ୍ବ ବଜାର ସିଧାସଳଖ ଚାଷୀଙ୍କୁ ନିଜ ପରିଶ୍ରମର ଉଚିତ ମୂଲ୍ୟ ଦେବା ବୋଲି କହିଛନ୍ତି ଆମ୍ବ ଚାଷୀମାନେ । ସରକାରଙ୍କ ପକ୍ଷରୁ 2ୟ ଥର ପାଇଁ ଜିଲ୍ଲାରେ ଦିଆ ଯାଇଥିବା ପ୍ରୋତ୍ସାହନ ସେମାନଙ୍କୁ ଆଗାମୀ ଦିନରେ ଆମ୍ବ ଚାଷ ପ୍ରତି ଆହୁରି ଆଗ୍ରହ ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି ଆମ୍ବ ଚାଷୀ ।

ଏଥିସହ ଜଣେ ଚାଷୀ କହିଛନ୍ତି ଯେ, ଯଦି ଏହି ମେଳାକୁ ବଜାରର କୌଣସି ଜନଗହଳି ସ୍ଥାନରେ କରାଯାଆନ୍ତା । ତେବେ ଚାଷୀ ଆହୁରି ଅଧିକ ଉପକାର ପାଇପାରନ୍ତେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.