ETV Bharat / briefs

ପ୍ରେମୀ ଯୁଗଳଙ୍କୁ ମାଡ ମାରି ଲଣ୍ଡା କରିବା ଘଟଣା: 4 ଅଭିଯୁକ୍ତ ଗିରଫ - police

ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ନିସ୍ତୁକ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ପରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉକ୍ତ ଘଟଣାରେ 22 ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିବାବେଳେ 4 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 25, 2019, 10:23 AM IST

ମୟୂରଭଞ୍ଜ: କରଞ୍ଜିଆରେ କଙ୍ଗାରୁ କୋର୍ଟ ଘଟଣାରେ 4 ଜଣ ଗିରଫ ହୋଇଛନ୍ତି । ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ନିସ୍ତୁକ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ପରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଙ୍ଗାରୁ କୋର୍ଟ ଭଳି ଅମାନବୀୟ ଘଟଣାରେ 22 ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବା ସହ ସୋମବାର 3 ଯୁବକଙ୍କୁ ଗିରଫ କରିଥିଲା । ପରେ ବିଳମ୍ବିତ ରାତିରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ମଣ୍ଡୁଆ ଗ୍ରାମରେ ରହୁଥିବା ଜଣେ ମହିଳାଙ୍କର କରଞ୍ଜିଆ ଗୋଡ଼ସାହି ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା । ଗତ 23 ତାରିଖ ଦିନ ପ୍ରେମିକାର ଦେହ ଅସୁସ୍ଥ ଥିବାରୁ ଯୁବକ ଜଣକ ତାଙ୍କୁ ଦେଖା କରିବା ପାଇଁ ମଣ୍ଡୁଆ ଗ୍ରାମକୁ ଯାଇଥିଲେ । ଏସମ୍ପର୍କରେ ଗ୍ରାମବାସୀ ଜାଣିପାରି ମହିଳାଙ୍କ ଘରେ ଧସେଇ ପଶିବା ସହ ଉଭୟଙ୍କୁ ଘେରି ଯାଇଥିଲେ । ଏହା ପରେ ଉଭୟଙ୍କୁ ଜୋର ଜବରଦସ୍ତ ଏକ ଘରେ ବନ୍ଦ କରି ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗ୍ରାମରେ ବୁଲାଇଥିଲେ । ଏଭଳି ଏକ ଅମାନବୀୟ ଘଟଣାର କିଛି ଯୁବକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରିବା କରଞ୍ଜିଆ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.