ETV Bharat / briefs

TMC ବିଧାୟିକାଙ୍କ ବିବାଦୀୟ ବୟାନ, ସୁରକ୍ଷା କର୍ମୀଙ୍କୁ ଦେଲେ ଧମକ

ମମତା ବାନାର୍ଜୀଙ୍କ ଏହି ବିଧାୟିକା ଦଳୀୟ କର୍ମକର୍ତ୍ତାଙ୍କୁ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ କହିବାକୁ ପଛାଇ ନାହାଁନ୍ତି। ବିଧାୟିକା ରତ୍ନା କହିଛନ୍ତି ଯେ ଆମକୁ ଗଡ ଜିତିବାର ଅଛି , ତେଣୁ ଠିକ୍ ଭୁଲ ନିଷ୍ପତ୍ତି ଭୁଲିଯାଅ କୌଣସି ମତେ ନିର୍ବାଚନ ଜିତ।

author img

By

Published : Apr 17, 2019, 12:51 PM IST

Updated : Apr 17, 2019, 1:07 PM IST

ଫଟୋ ସୌଜନ୍ୟ: ANI

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ପ୍ରଚାର ଜୋରଦାର ଚାଲିଛି । ଲୋକପ୍ରତିନିଧି ଆଇନ ଧାରା 126(କ) ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ପାଇଁ ବିଭିନ୍ନ ନିୟମ, କଟକଣା ଜାରି କରିଥାନ୍ତି। ନିର୍ବାଚନ କମିଶନଙ୍କ ନିୟମ ସବୁ ରାଜନୈତିକ ଦଳ ମାନିବାକୁ ବାଧ୍ୟ ଅଟନ୍ତି । କିନ୍ତୁ ଦେଶର ନେତା ମନ୍ତ୍ରୀ ରାଜନୈତିକ ଦଳ ଉକ୍ତ ନିୟମ ମାନିବା ପରିସ୍ଥିତିରେ ନାହାନ୍ତି । ବାରୁମ୍ବାର ବିବାଦୀୟ ବୟାନ ଦେଇ ୟୁପି ମୁଖ୍ୟମନ୍ତ୍ରୀ, ବିଏସପି ନେତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ଆହୁରି କିଛି ନେତା ଦଣ୍ଡିତ ହୋଇଥିଲେ ମଧ୍ୟ ଏହି ଦଣ୍ଡ ନେତାଙ୍କ ଭାଷା ମର୍ଯ୍ୟଦାକୁ ଅଟକାଇ ପାରୁନାହିଁ ।

ଆଜି ପୁଣି ଜଣେ ନେତ୍ରୀ ନିର୍ବାଚନ ଆଚରଣ ସଂହିତା ଖୁଲମ ଖୁଲ୍ଲା ଉଲଂଘନ କରିବା ସହ ସବୁ ସୀମା ଡେଇଁ ଯାଇ ଭାରତୀୟ ସୁରକ୍ଷା ବଳର ଘୋର ଅପମାନ କରିଛନ୍ତି। ଏହି ନେତ୍ରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଶାସକ ଦଳର "ଚକଦାହ" ବିଧାନସଭା ଆସନର ବିଧାୟିକା ରତ୍ନା ଘୋଷ। ସୂଚନା ମୁତାବକ ଏକ ଦଳୀୟ ସଭାରେ ଏହି ବିଧାୟିକା ଜଣକ ଟିଏମସି ଦଳର ମହିଳା ମୋର୍ଚ୍ଚାଙ୍କୁ କହିଛନ୍ତି ଝାଡୁ ଉଠାନ୍ତୁ ଏବଂ ନିର୍ବାଚନ ପାଇଁ ମୁତୟନ ହୋଇଥିବା ସୁରକ୍ଷା ବଳଙ୍କୁ ଦୂରକୁ ଘୋଡାଇ ଦିଅନ୍ତୁ।

ଏହାସହ ମମତା ବାନାର୍ଜୀଙ୍କ ଏହି ବିଧାୟିକା ଦଳୀୟ କର୍ମକର୍ତ୍ତାଙ୍କୁ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ କହିବାକୁ ପଛାଇ ନାହାନ୍ତି। ବିଧାୟିକା ରତ୍ନା କହିଛନ୍ତି ଯେ ଆମକୁ ଗଡ ଜିତିବାର ଅଛି , ତେଣୁ ଠିକ୍ ଭୁଲ ନିଷ୍ପତ୍ତି ଭୁଲିଯାଅ କୌଣସି ମତେ ନିର୍ବାଚନ ଜିତ।

ଗତ 2016 ପଶ୍ଚିମବଙ୍ଗର ଚକଦାହରୁ ବିଧାୟିକା ଭାବେ ନିର୍ବାଚିତ ହେଇଥିବା ରତ୍ନା କହିଛନ୍ତି ଆମେ ଦେଖିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ ଆମ କାର୍ଯ୍ୟକର୍ତ୍ତାଙ୍କ ଉପରେ କେମିତି ଆକ୍ରମଣ କରିଥିଲା ତେଣୁ ଏବେ ସମୟ ଆସିଛି ବଦଲା ନେବାର ବୋଲି କହିଛନ୍ତି।

Intro:Body:

gfgf

Conclusion:
Last Updated : Apr 17, 2019, 1:07 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.