ETV Bharat / briefs

ମାତିଲେ ମାଓବାଦୀ, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ବିଏସ୍‌ଏଫ୍‌ ଯବାନ ଆହତ

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଏହି ବିସ୍ଫୋରଣରେ 13 ବାଟାଲିୟନ୍‌ର ଜାଗ୍‌ତ୍ରା ସିଂ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି
author img

By

Published : May 13, 2019, 2:58 PM IST

ମାଲକାନଗିରି : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ପୁଣି ଲାଲବାହିନୀ ତା'ର ଉପସ୍ଥିତି ଜାହିର କରିଛି । ମାଲକାନଗିରି ଓ ଜୟପୁର ମଧ୍ୟବର୍ତ୍ତି ସପ୍ତଧାରା ଅଞ୍ଚଳରେ ବିଏସ୍‌ଏଫ୍‌ ଯବାନଙ୍କ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ବିଏସ୍‌ଏଫ୍‌ ଯବାନ ଗୁରୁତର ହୋଇଛନ୍ତି । ସେହି ଯବାନ ଜଣକ 13 ବାଟାଲିୟନ୍‌ର ଜାଗ୍‌ତ୍ରା ସିଂ ବୋଲି ସୂଚନା ମିଳିଛି ।

ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଛି । ଏହାପରେ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ସୂଚନାଥାଉକି, ଦୁଇ ଦିନ ତଳେ ମାଥିଲି ଥାନା ଅନ୍ତର୍ଗତ ଗୁଗାପଦରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ 2ଏସ୍‌ଓଜି ଯବାନ ଗୁରୁତର ହୋଇଥିଲେ । ତେବେ ତାଙ୍କୁ ଚିକିତ୍ସା ନିମନ୍ତେ ବିଶଖାପାଟଣା ସ୍ଥାନାନ୍ତର କରାଯାଇଛି ।
ଆଜିର ଏହି ବିସ୍ଫୋରଣ ପରେ ପୋଲିସ୍‌ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.