ETV Bharat / briefs

ନେପାଳ ସଂସଦ ଭଙ୍ଗ ପ୍ରସଙ୍ଗ, କାରଣ କହିଲେ ପ୍ରଧାନମନ୍ତ୍ରୀ ଓଲି - kp sharma oli

ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦଳର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ।

ନେପାଳ ସଂସଦ ଭଙ୍ଗ ପ୍ରସଙ୍ଗ
ନେପାଳ ସଂସଦ ଭଙ୍ଗ ପ୍ରସଙ୍ଗ
author img

By

Published : Dec 22, 2020, 1:00 PM IST

କାଠମାଣ୍ଡୁ: ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦଳର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ । ଓଲି କହିଛନ୍ତି ଯେ, ଷଡଯନ୍ତ୍ର କାରଣରୁ ସେ ସଂସଦ ଭଙ୍ଗ କରିବାକୁ ବାଧ୍ୟ ହୋଇଛନ୍ତି। ରବିବାର ଓଲି ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ।

ଓଲି ଏହା ମଧ୍ୟ କହିଛନ୍ତି ଯେ, ଦଳ ଭିତରେ ଚାଲିଥିବା ରାଜନୀତିକୁ ନେଇ ମୁଁ ଚିନ୍ତିତ ଥିବାରୁ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। ଅନ୍ତର୍ଜାତୀୟ ତଥା ଜାତୀୟ ବାହିନୀର ସହଯୋଗରେ ମୋ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଇଥିଲା । ସେ ଏହାମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ଉପରେ ମହାଭିଯୋଗ ବିଷୟରେ ଜାଣିବା ପରେ ମୁଁ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଲୋକଙ୍କ ନିକଟରେ କ୍ଷମା ମାଗିବା ସହ ପୁନର୍ବାର ନିର୍ବାଚନ କରିବା ଉଚିତ କାରଣ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ କରି ପାରିନାହୁଁ।

ଶାସକ ଦଳର ସ୍ଥାୟୀ କମିଟି ନେପାଳ କମ୍ୟୁନିଷ୍ଟ ପାର୍ଟି ଓଲିଙ୍କ ଏହି ପଦକ୍ଷେପକୁ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ତଥା ଏକପାଖିଆ ବୋଲି କହିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.