ETV Bharat / briefs

ମାଫିଆଙ୍କ କବଜାରେ ଖୋର୍ଦ୍ଧା ମୁଗୁନି ପଥର ପାହାଡ

ଅସହାୟ ପ୍ରଶାସନ । ଲୁଟ ହେଉଛି କୋଟିକୋଟି ଟଙ୍କାର ପଥର , ମିଳିନାହିଁ ପ୍ରଶାସନର ଅନୁମତି କି ମିଳିନାହିଁ ପରିବେଶ ମଞ୍ଜୁରୀ ଏହା ସତ୍ତ୍ବେ ବି ଖଣି ମାଫିଆଙ୍କ ଚାଲିଛି ରାଜ ।

author img

By

Published : Jun 9, 2019, 5:07 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାରେ ଚାଲିଛି ବେଆଇନ ଖଣିଖନନ । ଖୁଲମ ଖୁଲା ଲୁଟ ହେଉଛି ମୂଲ୍ୟବାନ ପଥର । ସବୁ ଜାଣି ଅଜଣା ପ୍ରଶାସନ । ଫଳରେ ମୂଲ୍ୟବାନ ପଥର ଚୋରାଚାଲାଣ ହେବା ସହ ପରିବେଶ ହେଉଛି ପ୍ରଦୂଷିତ ।

ଦିନେ କି ଦୁଇଦିନ ନୁହେଁ, ବର୍ଷ ବର୍ଷ ଧରି ଖୋର୍ଦ୍ଧାରେ ଚାଲିଛି ପଥର ମାଫିଆଙ୍କ ରାଜ । ଖୋର୍ଦ୍ଧା ଉପକଣ୍ଠ ତାପଙ୍ଗ, ମଳିପଡା ଓ କାଇପଦରରେ ଥିବା ପାହଡରୁ ବେଧଡକ ଲୁଟ ହେଉଛି ମୁଗୁନି ପଥର । ହାତଗଣତି କେତୋଟି ଲାଇସେନ୍ସ ପ୍ରାପ୍ତ କ୍ରସରକୁ ଛାଡିଦେଲେ ମାଳମାଳ ବେଆଇନ କ୍ରସର ଚାଲିଛି । ଏପଟେ କ୍ରସର ଧୂଳିରେ ଅଣନିଃଶ୍ବାସୀ ସାଧାରଣ ଲୋକେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅଭିଯୋଗ ହେଉଛି, ପଥର ମାଫିଆ ଏବଂ କ୍ରସର ମାଲିକଙ୍କ ସହ ସରକାରୀ ବାବୁମାନଙ୍କ ମଧୁଚନ୍ଦ୍ରିକା ଚାଲିଛି । ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ, ମାତ୍ର ସ୍ଥିତି ଯଥା ପୂର୍ବଂ ତଥା ପରଂ । ମୋଟା ଅଙ୍କର ହାତଗୁଞ୍ଜା ନେଇ ଚୁପ ବସୁଛନ୍ତି ସରକାରୀ ବାବୁ । ଅନ୍ୟପଟେ ପାହାଡ ଲୁଟ ନେଇ ବହୁ ଅଭିଯୋଗ ଆସୁଥିବା ସ୍ବୀକାର କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ପଥର ଲୁଟି ମାଲାମାଲ ମାଫିଆ । କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ପ୍ରଶାସନ । ଆଉ ଏଭଳି ସ୍ଥିତିରେ ଅଣନିଃଶ୍ବାସୀ ଜନତା । ଲୁଟ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.