ETV Bharat / briefs

ମାଡିଗଲା ହାଇୱା, ଚାଲିଗଲା ବାପ ଝିଅଙ୍କ ଜୀବନ - POLICE

ସୁଶାନ୍ତ ଏବଂ ତାଙ୍କ ଜଣେ ନାବାଳିକା ଝିଅ ଗାଡି ପାଖରେ ଛିଡା ହୋଇଥିଲେ । ଏହି ସମୟରେ ପାରାଦ୍ବୀପ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଗାଡି ଉଭୟ ବାପା ଓ ଝିଅକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 30, 2019, 2:41 PM IST

କେନ୍ଦ୍ରାପଡା: ମୃତ୍ୟୁ ଏମିତି ଏକ ଶବ୍ଦ ଯାହା ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଭୟ ଆସିଯାଏ । ମୃତ୍ୟୁ ସତ୍ୟ ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ବି ମରଇ’ କିନ୍ତୁ ଏଭଳି କିଛି ମୃତ୍ୟୁ ଅନେକଙ୍କ ଜୀବନରେ ଆସେ ଯାହା କଳ୍ପନା ବାହାରେ ଥାଏ । ଏମିତି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପୋଲ ନିକଟ ପାରାଦ୍ବୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ । ଯାହା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁସାରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଓରତି ଗ୍ରାମର ସୁଶାନ୍ତ ନାୟକ ଗତକାଲି ସକାଳେ ନିଜ ପରିବାର ସହ କେନ୍ଦ୍ରାପଡ଼ା ଆସିଥିଲେ ସଂଧ୍ୟାରେ ନିଜ ଘର ଓରତିକୁ ଫେରୁଥିବା ବେଳେ ପୁଅ ଶୌଚ ଯିବାପାଇଁ କହିବାରୁ ସୁଶାନ୍ତ ଗାଡି ଅଟକାଇଥିଲେ ଓ ପୁଅ କାଳିଆଙ୍କ ସହ ତାଙ୍କ ମାଁ ଶୌଚ ପାଇଁ ଯାଇଥିଲେ । ସୁଶାନ୍ତ ଏବଂ ତାଙ୍କ ଜଣେ ନାବାଳିକା ଝିଅ ଗାଡି ପାଖରେ ଛିଡା ହୋଇଥିଲେ । ଏହି ସମୟରେ ପାରାଦ୍ବୀପ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଗାଡି ଉଭୟ ବାପା ଓ ଝିଅକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ହସ୍ପିଟାଲକୁ ପଠାଇଥିଲେ । ଏହାସହ ଦୁର୍ଘଟଣା ଘଟାଇ ଥିବା ଗାଡି ଓ ଚାଳକଙ୍କୁ ପୋଲିସ ଅଟକ ରଖିଛି । ଘଟଣା ସମ୍ପର୍କରେ ଖବର ପାଇ ସୁଶାନ୍ତଙ୍କର ଗ୍ରାମବାସୀ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାରୋକ କରିବାସହ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଗତ ତିନିମାସ ମଧ୍ୟରେ ଏହି ରାସ୍ତାରେ ଅନେକ ଦୁର୍ଘଟଣାରେ ପ୍ରାୟ 20ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେପଟେ ଡ୍ରାଇଭରଙ୍କ ଅଧିକ ଟ୍ରିପ ଆଶା ଓ ରାସ୍ତାର ଦୟନୀୟ ଅବସ୍ଥାରୁ ଏମିତି ଘଟଣା ଘଟୁଛି ବୋଲି କହିଛନ୍ତି ଓରତି ଗ୍ରାମ ପଞ୍ଚାୟତର ସରପଞ୍ଚ ଭୂପତି ଭୂଷଣ ଷଣ୍ଢ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ସ୍ଲଗ- ରାମଚନ୍ଦ୍ରଙ୍କ ହତ୍ୟାକାରୀ ଙ୍କୁ ଗିରଫ ଓ ବିଚାର ବିଭାଗୀୟ ତଦନ୍ତ ଦାବିରେ କଂଗ୍ରେସର ଏସପି କାର୍ଯ୍ୟାଳୟ ଘେରାଉ
ଆଙ୍କର-  ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ରେ ପୂର୍ବତନ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷ ଙ୍କୁ ହତ୍ୟା ଘଟଣାରେ ଜିଲା କଂଗ୍ରେସ ପକ୍ଷରୁ ଅଭିଯୁକ୍ତ ଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ ଘେରାଉ କରିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ବଦ୍ରୀ ବାବୁ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କରିଥିଲେ। ମନ୍ତ୍ରୀ ଙ୍କ ଗୁଣ୍ଡାରାଜ ଚାଲିଥିବାରୁ ଭୋଟର ପ୍ରଭାବିତ ହେବେ। ଏଣୁ ଭୋଟରଙ୍କ ସୁରକ୍ଷା ପାଇଁ ନିର୍ବାଚନ ରେ ସୁରକ୍ଷାବଳ ନିଯୁକ୍ତି କରିବା ସହ ସିସିଟିଭି ଲଗାଯାଉ ବୋଲି ଦାବି ହୋଇଛି। ଏ ଘଟଣାରେ ମନ୍ତ୍ରୀ ଙ୍କ ସଂମ୍ପୃକ୍ତି ଥିବାରୁ ଜୁଡିସିଆଲ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ରୁ ବାହାରି ଏସପି ଅଫିସ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। କଂଗ୍ରେସ ର ଏହି କୂଶ ପୁତ୍ତଳିକା ଦାହ ପରେ ରାଜନୀତି ସରଗରମ ହୋଇଛି । ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଜେଡି ରାଜନେତା ଙ୍କ କୂଶ ପୁତ୍ତଳିକା ଦାହକୁ ନେଇ ଜିଲା ବିଜେଡି ନିନ୍ଦାକରିବା ସହ ନିର୍ଵାଚନ ଅଧିକାରୀଙ୍କୁ ଭେଟିବ ବୋଲି କହିଛି ।

ବାଇଟ-୧- ରତିକାନ୍ତ ବରାଳ( କାର୍ଯ୍ୟକାରୀ ସଭାପତି)
ବାଇଟ-୨- ସୋମ୍ୟ ଶଙ୍କର ଚକ୍ର ( ଜିଲ୍ଲା ଯୁବ ବିଜେଡି ସଭାପତି )

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.