ETV Bharat / briefs

ଇଣ୍ଡିଗୋ-6E292 ବିମାନର ଜରୁରୀକାଳୀନ ଅବତରଣ - AIRPORT

ଚେନ୍ନାଇ-କୋଲକାତା ଯାଉଥିବା ଇଣ୍ଡିଗୋ-6E292 ବିମାନ ଭୁବନେଶ୍ବରରେ ଜରୁରୀକାଳୀନ ଅବତରଣ କରିଥିଲା । ଜଣେ ମାନସିକ ବିକାରଗସ୍ତ ରୋଗୀଙ୍କ ପାଇଁ ବିମାନଟି ଅବତରଣର ନିଷ୍ପତ୍ତି ନେଇଥିଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 25, 2019, 8:06 PM IST

ଭୁବନେଶ୍ବର: ଚେନ୍ନାଇ-କୋଲକାତା ଯାଉଥିବା ଇଣ୍ଡିଗୋ-6E292 ବିମାନ ଜରୁରୀକାଳୀନ ଅବତରଣ କରିଛି । ଉକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ମାନସିକ ବିକାରଗସ୍ତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଅବତରଣର ନିଷ୍ପତ୍ତି ନେଇଥିଲେ ପାଇଲଟ୍ । ଅପରାହ୍ନ 3ଟା 17 ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଥିଲା ବିମାନ ।

ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ କରିବା ବିମାନଟି ଅବତରଣ କରିଥିଲା । ପରେ ଉକ୍ତ ରୋଗୀଙ୍କୁ ଏୟାରପୋର୍ଟ ଆମ୍ବୁଲାନସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି,
ବଂଚିଗଲେ ବିମାନରେ ଯାତ୍ରା କରୁଥିବା ରୋଗୀ

ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ବିମାନ ଅବତରଣ।ଦିନ ପ୍ରାୟ ୩ଟା ୧୭ ମିନିଟରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କଲା ଚେନ୍ନାଇ କୋଲକାତା ଯାଉଥିବା ବିମାନ 6E292 ।ବିମାନର ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଂଚିଗଲେ ଜଣେ ବିମାନ ଯାତ୍ରୀ।ବିମାନରେ ଯାତ୍ରା କରୁଥିବା ଜଣେ ମାନସିକ ବିକାର ରୋଗିଙ୍କ ଜରୁରି ସ୍ଥିତି ପାଇଁ ଏଭଳି ନିଷ୍ପତି ନେଇଥିଲେ ପାଇଲଟ। ଏୟାର ଟ୍ରାଫିକ କଣ୍ଟ୍ରୋଲ ଯୋଗେ ଯୋଗାଯୋଗ କରି ତୁରନ୍ତ ଅବତରଣ ପରେ ଏୟାରପୋର୍ଟ ଆମ୍ବୁଲାନସ ଯୋଗେ ନିଆଯାଇଥିଲା କ୍ଯାପିଟାଲ ହସପିଟାଲ।ତେବେ ରୋଗିଜଣକ ଏବେ ସୁରକ୍ଷିତ ଅଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.