ETV Bharat / briefs

ମାଲକାନଗିରିରେ ପୁଣି ୨୯ ବିଏସଏଫଙ୍କ ସମେତ ୩୬ କୋରୋନା ପଜିଟିଭ ଚିହ୍ନଟ - କୋରୋନା

୨୯ ଜଣ ବିଏସଏଫ, ୭ ଜଣ ପ୍ରବାସୀଙ୍କ ସମେତ ଆଜି ମାଲକାନଗିରି ଜିଲ୍ଲାରେ ୩୬ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଏବେ ସେମାନଙ୍କୁ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଅଧିକ ପଢନ୍ତୁ...

ମାଲକାନଗିରିରେ ପୁଣି ୨୯ ବିଏସଏଫଙ୍କ ସମେତ ୩୬ କୋରୋନା ପଜିଟିଭ ଚିହ୍ନଟ

author img

By

Published : Jun 30, 2020, 12:35 PM IST

ମାଲକାନଗିରି: ରାଜ୍ୟରେ ଏବେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୯ ଜଣ ବିଏସଏଫ, ୭ ଜଣ ପ୍ରବାସୀଙ୍କ ସମେତ ଆଜି ମାଲକାନଗିରି ଜିଲ୍ଲାରେ ୩୬ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ ୨୯ ବିଏସଏଫ ଜବାନ ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଓ କଲିକତା ରୁ ଆସିଥିଲେ । ସେମାନଙ୍କୁ ମାଲ୍ୟବନ୍ତ ହଷ୍ଟେଲ, ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ବାଳିକା ଛାତ୍ରାବାସ କ୍ଵରାଣ୍ଟ।ଇନରେ ରଖାଯାଇଥିଲା।

ଅନ୍ୟ ୭ ଜଣ ପ୍ରବାସୀ ଓଡିଆ ତାମିଲନାଡୁ ଓ ଦିଲ୍ଲୀରୁ ଆସିଥିବା ବେଳେ ୪ ଜଣଙ୍କୁ ଏମଭି ୭ କ୍ଵାରେଣ୍ଟାଇନରେ ରଖାଯାଇଥିଲା ଓ ୩ଜଣ ହୋମ କ୍ଵାରେଣ୍ଟ।ଇନରେ ଥିଲେ। ତେବେ ପଜିଟିଭ ଚିହ୍ନଟ ପରେ ଏବେ ସେମାନଙ୍କୁ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ଏପଟେ ଦିନକୁ ଦିନ କୋରୋନା ପଜିଟିଭ ବଢୁଥିବା ବେଳେ ଜିଲ୍ଲାରେ ଏକ ଭୟର ବାତାବରଣ ଖେଳି ଯାଇଛି । ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ମୋଟ ୯୬ ଜଣ କୋରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୫୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣ ସକ୍ରିୟ ଅଛନ୍ତି। ଏନେଇ ମାଲକାନାଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.