ETV Bharat / briefs

ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ଘଟଣା, ଜଣେ ଗିରଫ

ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ପ୍ରେଗନାନ୍ସି ଟେଷ୍ଟରେ ସ୍ମାର୍ଟସିଟିରେ ଏକ ସରକାରୀ ସ୍କୁଲର ଏସଇଏସଟି ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମନାକୁ ଆସିଛି । ଏଥିରେ 101 ଜଣ ଛାତ୍ରୀଙ୍କ ପ୍ରେଗନାନ୍ସି ଟେଷ୍ଟ କରାଯାଇଥିଲା । ଯେଉଁଥିରେ 3 ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୁନଃ ଟେଷ୍ଟ କରାଯାଇଥିଲା । ଏଥିରେ ଜଣଙ୍କର ପଜିଟିଭ୍ ଆସିଥିଲା । ଘଟଣାକୁ 3 ଦିନ ବିତିଯାଇଥିବାବେଳେ କମିଶନରେଟ ପୋଲିସ ଏନେଇ ଜଣେ ନାବାଳକକୁ ସାଲିଆ ସାହିରୁ ଗିରଫ କରି ପଚରା ଉଚରା ଜାରି କରିଛି ।

author img

By

Published : Jul 1, 2019, 4:24 PM IST

Updated : Jul 1, 2019, 11:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ପଦାକୁ ଆସିଲା ଛାତ୍ରୀ ହଷ୍ଟେଲର ନଗ୍ନ ଚିତ୍ର । ସ୍ମାର୍ଟସିଟିର ସରକାରୀ ଏସଇଏସଟି ସ୍କୁଲ ଛାତ୍ରୀନିବାସରେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ପ୍ରେଗନାନ୍ସି ଟେଷ୍ଟରେ ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଏମଏଚଟି ବାଲିପାଟଣା ପକ୍ଷରୁ ଗତ ୨୮ରେ କରାଯାଇଥିବା ଏହି ଟେଷ୍ଟରେ 101 ଜଣ ଛାତ୍ରୀଙ୍କ ପ୍ରେଗନାନ୍ସି ଟେଷ୍ଟ କରାଯାଇଥିଲା । ଏନେଇ ଜଣେ ନାବାଳକକୁ ସାଲିଆ ସାହିରୁ ଗିରଫ କରି ପଚରା ଉଚରା ଜାରି କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ୨୦ ବର୍ଷିୟ ଯୁବକ ବୁଧାଣୁ ମୁର୍ମୁ । ଯୁବକ ଜଣକ ଛାତ୍ରୀଙ୍କୁ ରଜ ମୌକାରେ ବିଭିନ୍ନ ଜିନିଷ ଓ ପଇସାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଟେଷ୍ଟରେ 3 ଜଣ ଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବାବେଳେ ଏହାର ପୁନଃଟେଷ୍ଟ କରାଯାଇଥିଲା । ତେବେ ଜଣଙ୍କର ପଜିଟିଭି ଥିବା ଜଣାପଡ଼ିଛି । ଘଟଣାକୁ ତିନି ଦିନ ବିତି ଯାଇଥିବାବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଏହାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ତାଙ୍କ ପାଖକୁ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ଖରା ଛୁଟିରେ ନିଜ ନିଜ ଗାଁକୁ ଯାଇଥିଲେ ଉକ୍ତ ଛାତ୍ରୀ । ଆଉ ଛୁଟିରୁ ଫେରିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ଏଭଳି ରିପୋର୍ଟ ଆସିଛି। ଆଉ ପୁରା ଘଟଣା ସମ୍ପର୍କରେ ତଦନ୍ତ ନିର୍ଦେଶ ଦେଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଚାଇଲ୍ଡ ଲାଇନ ଅଧ୍ୟକ୍ଷ କହିଛନ୍ତି ଏଭଳି ଘଟଣା ପରେ ତୁରନ୍ତ ଅଭିଯୋଗ ହେବା କଥା। ପୋଲିସ ନିକଟରେ ଅଭିଯୋଗ ହେଲେ ଦୁଇଟି ଦିଗରୁ ତଦନ୍ତ ହୋଇପାରିବ । ଯଦି ଛାତ୍ରୀ ଜଣକ ହଷ୍ଟେଲରେ ଥିବା ସମୟରେ ଏଭଳି ଘଟଣାର ଶିକାର ହୋଇଛି ତେବେ ଏଥିପାଇଁ ହଷ୍ଟେଲ ୱାର୍ଡେନ ଠୁ ଆରମ୍ଭ କରି ସ୍କୁଲର ଦାୟିତ୍ବରେ ଥିବା ହେଡମାଷ୍ଟର ମଧ୍ୟ ତଦନ୍ତ ପରିସରକୁ ଆସିବେ । ଏଥିସହିତ ଅଭିଯୁକ୍ତକୁ ଆପିସିର ଧାରା ୩୭୬(୨)(n)(୩), ପକ୍ସୋ ଆକ୍ଟର ଧାରା ୬ରେ ୨୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ଦଣ୍ଡାଦେଶ ରହିଛି। ଯଦି ସ୍କୁଲରେ ନ ହୋଇଥାଏ ତେବେ ପକ୍ସୋ ଆକ୍ଟର ଧାରା ୪ରେ ଆଜୀବନ କାରାଦଣ୍ଡ ଭଳି ଦଣ୍ଡ ବିଧାନ ରହିଛି ।

ତେବେ ଏହି ଘଟଣାକୁ ନେଇ ବିଭିନ୍ନ ସ୍ତରରେ ବେଶ ଚର୍ଚ୍ଚା ଜୋର ଧରିଛି । ଘଟଣାକୁ ଜାଣିଶୁଣି ଚାପି ଦିଆଯାଉଛି ନା ରିପୋର୍ଟ ଭୁଲ ରହିଛି ତାହା ତଦନ୍ତ ସାପେକ୍ଷ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ରାଜଧାନୀର ବାଳିକା ହଷ୍ଟେଲରେ ୩ସ୍କୁଲ ଛାତ୍ରୀ ଗର୍ଭବତିBody:
ପଦାକୁ ଆସିଲା ଛାତ୍ରୀ ହଷ୍ଟେଲର ନଗ୍ନ ଚିତ୍ର। ରାଜଧାନୀର ଏକ ନାମିଦାମି ସ୍କୁଲର ୩ ହଷ୍ଟେଲ ଛାତ୍ର ଅଛନ୍ତି ଗର୍ଭବତି। ରାଷ୍ଟ୍ରିୟ ବାଲ ସ୍ବାସ୍ଥ୍ଯ କାର୍ଯକ୍ରମ ଜରିଆରେ କରାଯାଇଥିବା ପ୍ରେଗନାନସି ଟେଷ୍ଟରେ ସାମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ତଥ୍ଯ। ଏପରିକି ଏମଏଚଟି ବାଲିପାଟଣା ପକ୍ଷରୁ ଗତ ୨୮ ତାରିଖରେ କରାଯାଇଥିବା ଏହି ଟେଷ୍ଟରେ ପ୍ରେଗନନାନସି କିଟ ଜରିଆରେ ରାଜଧାନୀର ଦୁଇ ସ୍କୁଲ କ୍ଯାପିଟାଲ ଗାର୍ଲସ ହାଇସ୍କୁଲ ୟୁନିଟ ୨ ଓ କୁନ୍ତଳା କୁମାରି ସାବତ ଛାତ୍ରୀ ହଷ୍ଟେଲର ୧୦୧ ଜଣ ଛାତ୍ରୀଙ୍କ ପ୍ରେଗନାନସି ଟେଷ୍ଟ କରାଯାଇଥିଲା। ହେଲେ ଏଥିରେ ୩ ଜଣ ଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଡିଷ୍ଟ୍ରିକ୍ଟ ୱେଲଥ ଅଫିସ ପକ୍ଷରୁ ଏନେଇ ଚୁପ ରହିଥିବା ବେଳେ କୌଣସି କାର୍ଯାନୁଷ୍ଟାନ ନିଆଯାଇନାହିଁ। ଏପରିକି ଘଟଣାର ତିନିଦିନ ବିତିଥିଲେ ମଧ୍ଯ କାହାର ତୃଟି ପାଇଁ ଏଭଳି ଘଟଣା ଘଟିଛି ସେନେଇ କୌଣସି କାର୍ଯାନୁଷ୍ଟାନ ନିଆଯାଇନାହିଁ। ଏପରିକି ଶିଶୁ ସୁରକ୍ଷା ଦାୟିତ୍ବରେ ଥିବା ସିଡବ୍ଲୁସି ଓ ଓଏସସିପିସିଆର ପକ୍ଷରୁ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଏବେ ଏକ ଚିନ୍ତାଜନକ ସ୍ଥିତି ହୋଇଛି। ସେପଟେ ଚାଇଲଡଲାଇନ ଅଧକ୍ଷ କହିଛନ୍ତି ଏଭଳି ଘଟଣା ପରେ ତୁରନ୍ତ ଅଭିଯୋଗ ହେବା କଥା। ପୋଲିସ ନିକଟରେ ଅଭିଯୋଗ ହେଲେ ଦୁଇଟି ଦିଗକୁ ତଦନ୍ତ ହୋଇପାରିବ । ଯଦି ଛାତ୍ରୀ ଜଣକ ହଷ୍ଟେଲରେ ଥିବା ସମଂୟରେ ଏଭଳି ଘଟଣାର ଶିକାର ହୋଇଛି ତେବେ ଏଥିପାଇଁ ହଷ୍ଟେଲ ୱାର୍ଡେନଠୁ ଆରମ୍ଭ କରି ସ୍କୁଲ ର ଦାୟିତ୍ବରେ ଥିବା ହେଡମାଷ୍ଟର ମଧ୍ଯ ତଦନ୍ତ ପରିସରକୁ ଆସିବେ ତା ସହିତ ଇଭିଯୁକ୍ତକୁ ପୋକ୍ସ ଆକ୍ଟର ଧାରା ୬ରେ ମଧ୍ଯ ୨୦ ବକ୍ଷ ପର୍ଯନ୍ତ ଜେଲଦଣ୍ଡର ସଜାଦଣ୍ଡର ବ୍ଯବସ୍ଥା ରହିଛି। ଯଦି ସ୍କୁଲରେ ନଥିବା ସମୟରେ ଅଥବା ଘରେ ବା ଛୁୁଟିରେ ଯିବା ସମୟରେ ଏଭଳି ଘଟଣା ଘଟିଥାଏ ତେବେ ଏନେଇ ପୋକ୍ସ ଆକ୍ଟର ଧାରା ୪ରେ ଆଜିବନ କାରାଦଣ୍ଡ ଭଳି ଦଣ୍ଡ ବିଧାନ ରହିଛି। ତେବେ ଘଟଣାକୁ ନେଇ କେହି ବି ନିଜ ଆଡୁ ଅଭିଯୋଗ କରିନଥିଲେ ମଧ୍ଯ କମିସନରେଟ ପୋଲିସ,ଡିଡବ୍ଲୁଓ ,ସିଡବ୍ଲୁସି,ଓଏସସିପିସିଆର ଓ ସ୍କୁଲ କତୃପକ୍ଷଂକ କାର୍ଯକୁ ନେଇ ପ୍ରଶ୍ନ ଉଠିଛି। କଣ ସମସ୍ତଂକ ଜାଣତରେ ଘଟଣାକୁ ଚାପି ଦିଆଯାଉଛି କି ନା ଟେଷ୍ଟ ହୋଇଥିବା ରିପୋର୍ଟ ଭୁଲ ରହିଛି।ଯାହା ଏବେ ରାଜଧାନିର ଚର୍ଚାର ବିଷୟ ହୋଇଛି।
Conclusion:ବାଇଟ-ବେଣୁଧର ସେନାପତି,ଚାଇଲଡ ଲାଇନ ଅଧକ୍ଷ
Last Updated : Jul 1, 2019, 11:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.