ETV Bharat / briefs

ଏଚଆଇଭି ସଂକ୍ରମିତ ଦେଶ ମଧ୍ୟରେ ପାକିସ୍ତାନ ଦ୍ବିତୀୟ

ପାକିସ୍ତାନର ସିନ୍ଧ ପ୍ରଦେଶରେ 681 ଜଣ ଏଚଆଇଭି ପୀଡିତଙ୍କ ମଧ୍ୟରେ ରହିଛନ୍ତି 537 ଜଣ ଶିଶୁ ।

author img

By

Published : May 29, 2019, 11:58 PM IST

ପ୍ରତିକାତ୍ମକ ଫଟୋ

କରାଚୀ: ସିନ୍ଧ ପ୍ରଦେଶରେ ଏଚଆଇଭି ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ୟଲୁଏଚଓ)ର ସାହାଯ୍ୟ ଲୋଡିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ 600ରୁ ଅଧିକ ଲୋକ ଏଡସ ରୋଗରେ ପୀଡିତ ହୋଇଛନ୍ତି । ଯେଉଁଥିରେ ଅଧିକରୁ ଅଧିକ ଛୋଟପିଲା ଥିବା ଜଣାପଡିଛି ।

ତେବେ ପ୍ରଦେଶର ପ୍ରାନ୍ତରେ ଥିବା ଲାଡକାନା ଜିଲ୍ଲାର ରତୋଡେରୋରେ ଅଦ୍ୟାବିଧି 21 ହଜାର 375 ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଛି ଯେଁଉଥିରେ 681 ଲୋକ ଏଚଆଇଭି ପୀଡିତ ଥିବା ଜଣାପଡିଛି । ସେଥିମଧ୍ୟରୁ 537 ଜଣଙ୍କ ବୟସ 2 ରୁ 15 ବର୍ଷ ମଧ୍ୟରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବାର ବିଶେଷ ସହାୟକ ଜଫର ମିର୍ଜା କହିଛନ୍ତି ଯେ, ଆମେ ଡବ୍ୟଲୁଏଚଓ,ରୋଗ ନିୟନ୍ତ୍ରଣ ଓ ସିଡିସିର 10 ଜଣ ଟିମ ଏଠାରେ ପହଞ୍ଚିବାର ଆଶା ରଖିଛୁ ଯାହାଫଳରେ ରତୋଡେରୋରେ ଏହି ରୋଗ ବ୍ୟାପିବା ସହ ଏହାର ପ୍ରକୋପର ଉପଯୁକ୍ତ କାରଣ ମିଳିପାରିବ ।ସିଡିସି ଆମେରିକାର ଏକ ଅଗ୍ରଣୀ ସାର୍ବଜନୀନ ସେବା ସଂସ୍ଥାନ ଅଟେ । ଆଉ ଏହା ପାକିସ୍ତାନରେ ଅନେକ ସାର୍ବଜନୀନ ସ୍ବାସ୍ଥ୍ୟସେବା ସଂସ୍ଥାନ ମିଶି କାମ କରୁଛି ।

ତେବେ ଗତ ମାସରେ ରୋଗୀଙ୍କୁ ଜାଣିଜାଣି ଏଚଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକସନ ଦେଉଥିବା ଏକ ଡାକ୍ତରକୁ ଗିରଫ କରିଛି ପୋଲିସ । ଏହାସହ ଚଳିତ ମାସର ପ୍ରାରମ୍ଭରେ ମଧ୍ୟ 17ଟି କ୍ଲିନିକକୁ ସିଲ କରାଯାଇଛି । ତେବେ ଦେଶରେ 1 ଲକ୍ଷ 63 ହଜାର ଲୋକ ଏଚଆଇଭି ଭାଇରସ ଦ୍ବାରା ପୀଡିତ ଥିବାବେଳେ କେବଳ ସରକାରୀ ଭାବେ 25 ହଜାର ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ 16 ହଜାର ଲୋକ କେବଳ ପ୍ରତ୍ୟେକ ଦିନ ଚିକିତ୍ସାପାଇଁ ମେଡିକାଲ ଆସୁଛନ୍ତି ।

ୟୁନାଇଟେଡ ନେସନର ଏକ ରିପୋର୍ଟ ମୁତାବିକ, ଏଚଆଇଭି ସଂକ୍ରମଣ ଦ୍ବାରା ସବୁଠାରୁ ଆଗରେ ଥିବା ଦେଶ ମଧ୍ୟରୁ ପାକିସ୍ତାନ ସ୍ଥାନ ଦ୍ବିତୀୟ ରହିଛି । 2017 ମସିହାରେ ଏଠାରେ କେବଳ 20 ହଜାର ଲୋକ ଏଚଆଇଭି ପଜେଟିଭ ମାମଲା ସାମ୍ନାକୁ ଆସିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.