ବାଲେଶ୍ବର: ସାମୁଦ୍ରିକ ଝଡ 'ଫନି' ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁରୁବାର ରାତିରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଶୁକ୍ରବାର ସକାଳେ ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ସକାଳ 11ଟା 30ରୁ ବର୍ଷା ସହ ପବନ ଆରମ୍ଭ ହୋଇଛି ।
ଫନିକୁ ନେଇ ଜିଲ୍ଲାବାସୀ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ତେବେ ଫନି ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନର ବେଗ ଦ୍ରୁତ ଥିବା ବେଳେ ବର୍ତ୍ତମାନ ସାମାନ୍ୟ ହ୍ରାସ ପାଇଛି । ସେପଟେ ଅପରାହ୍ନରେ ପବନ ଓ ବର୍ଷା ହେବାର ଆଶଙ୍କା କରାଯାଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ