ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଅସହ୍ୟ ଖରା ସହ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଆଜି(ସୋମବାର) ରାଜ୍ୟର 11ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 43.5 ଡ଼ିଗ୍ରୀ ତାପମାତ୍ରାରେ ଟିଟିଲାଗଡ଼ ସହର ପାଲଟିଛି ତତଲାଗଡ ।
ସେହିପରି ଅନୁଗୋଳରେ ତାପମାତ୍ରା 42.7, ବଲାଙ୍ଗୀର 42.5, ତାଳଚେର 42.3, ଝାରସୁଗୁଡା 41.8, ସୋନପୁର 41.3, ସମ୍ବଲପୁର 41.1, ଭବାନୀପାଟଣା 41, ହୀରାକୁଦ 40.9, ଭୁବନେଶ୍ୱର 40.2 ଓ କଟକରେ 39.4 ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟର କିଛି ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ