ETV Bharat / briefs

ଜେଲ ଅନ୍ତେବାସୀଙ୍କ ପାଇଁ ଆସିଲା କୋଭିଡ ଗାଇଡଲାଇନ - କୋଭିଡ ଗାଇଡଲାଇନ

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜେଲ ଅନ୍ତେବାସୀଙ୍କ ପାଇଁ ନୂତନ କୋଭିଡ଼ ଗାଇଡ଼ଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି । ଅଧିକ ପଢ଼ନ୍ତୁ...

ଜେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ଗାଇଡଲାଇନ
ଜେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ଗାଇଡଲାଇନ
author img

By

Published : May 4, 2021, 3:25 PM IST

ଭୁବନେଶ୍ବର: ଜେଲ ଅନ୍ତେବାସୀଙ୍କ ପାଇଁ ଜାରି ହେଲା ନୂଆ କୋଭିଡ ଗାଇଡଲାଇନ। ଜେଲରେ ଅନ୍ତେବାସୀ ମାନେ ପିନ୍ଧିବେ ମାସ୍କ। ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନରେ ରହି ହେବେ ଚିକିତ୍ସିତ। ଭିଡିଓ କନଫରେନ୍ସରେ ଶୁଣାଣି ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

କରୋନା ମହାମାରୀ ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ଜେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ। ଜେଲ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ କଏଦୀ ହାତକୁ ବାରମ୍ବାର ସାନିଟାଇଜ କରିବେ ସେନେଇ ସେମାନଙ୍କୁ ସତର୍କ ଓ ସଚେତନ କରାଇବା ଅବଶ୍ୟକ। ଯଦି କୌଣସି କାରଣରୁ କଏଦୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କିଭଳି ଅନ୍ୟତ୍ର ରଖାଯିବ ସେନେଇ ବ୍ୟବସ୍ଥା କରାଯିବ ।

ସେମାନଙ୍କର କୋଭିଡ ଟେଷ୍ଟ, ଚିକିତ୍ସା ଏବଂ ଟ୍ରାକିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। କଏଦୀ ଯଦି ସଂକ୍ରମିତ ହୁଅନ୍ତି ତେବେ ଯଥାଶୀଘ୍ର ସେମାନଙ୍କୁ ଅନ୍ୟତ୍ର ଆଇସଲେସନରେ ରଖାଯିବ। ନୂଆ ଅନ୍ତେବାସୀଙ୍କ ଟେଷ୍ଟ କରାଯିବ । 60 ବର୍ଷରୁ ଅଧିକ ବୟସର ବ୍ୟକ୍ତି କିମ୍ବା ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଥିଲେ ସେମାନଙ୍କର ଅମ୍ଳଜାନ ସ୍ତର ଯାଞ୍ଚ କରାଯିବ । ଅନ୍ୟପଟେ ଭିଡିଓ କନଫରେନ୍ସରେ ସେମାନଙ୍କର ଶୁଣାଣି କରାଯିବ ବୋଲି ସମସ୍ତ ଜିଲ୍ଲପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.