ETV Bharat / briefs

ବାଇକ ଧକ୍କାରେ ଦିବ୍ୟାଙ୍ଗ ବାଳକ ମୃତ

ତୁଡିଗଡିଆ ବଜାରରେ ବାଇକ୍ ଧକ୍କାରେ ଜଣେ ଦିବ୍ୟାଙ୍ଗ ବାଳକର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀ ଘଟଣାସ୍ଥଳରୁ ଫେରାର ଥିବା ବେଳେ ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

author img

By

Published : May 10, 2019, 9:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଖଇରା ଅଞ୍ଚଳରେ ଅଘଟଣ । ବାଇକ୍ ଧକ୍କାରେ ଜଣେ ଦିବ୍ୟାଙ୍ଗ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଉଛି ଅବିନାଶ ଖଣ୍ଡେଲୱାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଅବିନାଶ ତୁଡିଗଡିଆ ବଜାରରେ ନିଜ ସାଇକେଲରେ କୌଣସି କାମ ପାଇଁ ଯାଇଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ଅବିନାଶ ତଳେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅବିନାଶଙ୍କ ବାପା ରାଜେଶ ଜଣେ ବ୍ୟବସାୟୀ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.