ETV Bharat / briefs

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ରାଉରକେଲା ଖେଳାଳି

ଭାରତୀୟ ଦଳକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟୁଛି ଶୁଭେଚ୍ଛାର ସୁଅ, ଆଜିର ମ୍ୟାଚକୁ ନେଇ ସବୁଠି ଚାଲିଛି ପୂଜାପାଠ, ପ୍ରାର୍ଥନାଓ ଶୁଭକାମନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 16, 2019, 10:55 AM IST

ରାଉରକେଲା: ଚଳିତ ବିଶ୍ବକପର ଆଜି ସବୁଠାରୁ ଆକର୍ଷଣୀୟ, ଅବିଶ୍ବସନୀୟ, ରୋମାଞ୍ଚିତ ମ୍ୟାଚ ଦେଖିବାକୁ ମିଳିବ । କାରଣ ଆଜି ଚଳିତ ବିଶ୍ବକପର ଦୁଇ ଏସିଅ ମହାଶକ୍ତି ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଆଉ ଆଜିର ମ୍ୟାଚ ଦେଖିବାକୁ ଖାଲି ଉଭୟ ଦେଶର ଦର୍ଶକ ନୁହଁନ୍ତି ସାରା ବିଶ୍ବର କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଆଜିର ଏହି ହାଇ ଭୋଲଟେଜ ମ୍ୟାଚ ପାଇଁ ଦୁଇଦେଶର ସାଧାରଣ ଜନତା, କ୍ରିକେଟ ପ୍ରେମୀ, ରାଜନେତା, ସେଲିବ୍ରିଟିଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଉ ନିଜ ନିଜ ଦେଶର ବିଜୟ ପାଇଁ ଆରମ୍ଭ ହୋଇଯାଇଛି ପୂଜାପାଠ, ଶୁଭେଛ ଆଉ ଶୁଭକାମନା ।

ସେହି କ୍ରମରେ ରାଉରକେଲାରେ ମଧ୍ୟ ଭାରତୀୟ ଦଳର ବିଜୟ ପାଇଁ ଚାଲିଛି ଚିୟର ଅପ୍ । ସହରର ବିଭିନ୍ନ ଖେଳ ପଡିଆରେ ଖେଳାଳି ମାନେ ଏକତ୍ରିତ ହୋଇ ଭାରତୀୟ ଦଳକୁ ଚିୟର ଅପ୍ କରୁଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

fafa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.