ETV Bharat / briefs

ରଜ ମଉଜ: ପରସ୍ପରକୁ ଟକ୍କର ଦେବେ 3ଟି ଓଡିଆ ଫିଲ୍ମ

ସାରା ରାଜ୍ୟ ରଜ ପାଳନ କରୁଥିବାବେଳେ ଫିଲ୍ମ ଫ୍ରାଇଡେରେ ରଜ ସଜବାଜ ହୋଇ ସିନେମା ହଲରେ ଦର୍ଶକଙ୍କ ଭିଡ । ସତେ ଯେମିତି ଫିଲ୍ମ ନଦେଖିଲେ ସ୍ମାର୍ଟ ସିଟିବାସୀଙ୍କ ପାଇଁ ଫିକା ପଡିଯିବ ରଜ ।

author img

By

Published : Jun 14, 2019, 11:33 AM IST

ଫାଇଲ ଫଟୋ

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ରଜ ସେଲିବ୍ରେସନ୍ । ରଜ ମାହେଲାରେ ସହରବାସୀଙ୍କ ପାଇଁ ଏକାସାଙ୍ଗରେ ପରଦାରେ ରିଲିଜ ହେବାକୁ ଯାଉଛି 3ଟି ଓଡିଆ ରେମାଣ୍ଟିକ୍ ଫିଲ୍ମ ।

ଆଜି ସାରା ରାଜ୍ୟ ରଜ ପାଳନ କରୁଥିବାବେଳେ ସଜବାଜ ହୋଇଛି ସ୍ମାର୍ଟ ସିଟି । ସେପଟେ ଫିଲ୍ମ ଫ୍ରାଇଡେ ଥିବାରୁ ସିନେମା ହଲରେ ଦର୍ଶକଙ୍କ ଭିଡ । ସତେ ଯେମିତି ଫିଲ୍ମ ନଦେଖିଲେ ସ୍ମାର୍ଟ ସିଟିବାସୀଙ୍କ ପାଇଁ ଫିକା ପଡିଯିବ ରଜ ।

ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ ଗୁଡିକରେ 3ଟି ଫିଲ୍ମ ମୁହାଁମୁହିଁ ହୋଇଛନ୍ତି । କମେଡି କିଙ୍ଗ୍ ପପୁ ପମପମଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଚିରକୁଟ', ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭି ବ୍ୟାନରେ ନିର୍ମିତ ଚଳଚ୍ଚିତ୍ର 'ତୁ ମୋ ଲଭ୍ ଷ୍ଟୋରୀ-2', ଏବଂ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରେ ନିର୍ମିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଗୋଲମାଲ ଲଭ୍' ପରଦାରେ ରିଲିଜ୍ ହୋଇ ପରସ୍ପରକୁ ଟକ୍କର ଦେବେ ।

ସେହିପରି 'ଗୋଲମାଲ ଲଭ୍'ରେ ଓଲିଉଡର ରୋମାଣ୍ଟିକ ହିରୋ ବାବୁସାନଙ୍କ ସହ ଅଭିନେତ୍ରୀ ତମନ୍ନା ନଜର ଆସୁଥିବା ବେଳେ 'ତୁ ମେ ଲବ ଷ୍ଟୋରୀ-2'ରେ ପୂର୍ବରୁ ହିଟ୍ ହୋଇଥିବା ଓଲିଉଡର ନୂଆ ଯୋଡ଼ି ସୁରଜ ଓ ଭୂମିକା ନଜର ଆସୁଛନ୍ତି । ପପୁଙ୍କ ନିର୍ଦ୍ଦେଶିତ ଚିରକୁଟ୍ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ପରଦାରେ ନିଜର ଅନସ୍କ୍ରିନ କେମେଷ୍ଟ୍ରୀ ଦେଖାଇବେ ନବାଗତ ଅରେଜିତ୍ ଓ ଅନନ୍ୟା । ତେବେ ରଜ ବଜାରରେ କେଉଁ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁ ଦମଦାର ଆୟ କରିବ ତାହା ଦେଖିବାକୁ ମିଳିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଫିଲ୍ମମି ଫ୍ରାଇଡେରେ ରାଜ ସେଲିବ୍ରେସନ, ମୁହାଁ ମୁହିଁ ହେବେ 3 ଟି ଓଡ଼ିଆ ରେମାଣ୍ଟିକ ଫିଲ୍ମ।

ଆଜି ହାଉଛି ରଜପର୍ବ ଏଥି ପାଇଁ ପୁରା ସଜବାଜ ସ୍ମାର୍ଟ ସିଟି। ଅନ୍ୟପଟେ ସେନେମା ହଲ ରେ ବି ଦର୍ଶକ ଙ୍କ ଭିଡ଼।  ଫିଲ୍ମ ନଦେଖୀ ଲେ ଯେମିତି ରେ ସ୍ମାର୍ଟ ସିଟି ବାସି ଙ୍କ ରଜ ଫିକା ପଡ଼ିଯାଏ। ତେଣୁ କରି ଦର୍ଶକ ଙ୍କୁ ରଜ ରେ ଭେଟି ଦେବା ପାଇଁ ଫିଲ୍ମମି ଫ୍ରାଇଡେରେ ରେ ମୁହାଁ ମୁହିଁ ହେବେ।
କମେଡି କିଙ୍ଗ ପପୁ ପମପମ ଙ୍କ ନିର୍ଦେଶୀତ ଫିଲ୍ମ ଚିରକୁଟ, ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭି ବ୍ୟାନର ତଳେ ତିଆରି ତୁ ମେ ଲବ ଷ୍ଟୋରୀ 2 ଓ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନର ତଳେ ଅଶୋକ ପତି ନିର୍ଦେଶୀତ ଫିଲ୍ମ ଗୋଳମାଲ ଲବ ଆଜି ବଡ଼ ପରଦା ରେ ପରସ୍ପର ଭିତରେ ଟକ୍କର ଦେବେ। ଗୋଟିଏ ପଟେ ଗୋଳମାଲ ଲବ ରେ ଓଲିଉଡ ବର ରେମାଣ୍ଟିକ ହିରେ ବାବୁ ସାନ ଙ୍କ ସହ ଅଭିନେତ୍ରୀ ତମନ୍ନ। ନଜର ଆସିବା କୁ ଥିବା ବେଳେ  ତୁ ମେ ଲବ ଷ୍ଟୋରୀ 1 ରେ ହିଟ ହୋଇ ଥିବା ଓଲିଉଡ ର ନୂଆ ଯୋଡ଼ି ସୁରଜ ଓ ଭୁମିକା ନଜର ଆସିବେ। ଠିକ ସେଭଳି ପପୁ ଙ୍କ ଚିରକୁଟ ମୁଭି ରେ ପ୍ରଥମ ଥର କରି ନିଜର ଆନ ସ୍କ୍ରିନ କେମେଷ୍ଟ୍ରି ଦେଖାଇବା ପାଇଁ ଆସିବେ ଅରେଜିତ ଓ ଅନନ୍ୟା।ତେବେ ଦେଖିବାର ରହିଲା ରଜ ରେ ଦର୍ଶକ କୋଉ ଫିଲ୍ମ କୁ କେତେ ପସନ୍ଦ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.