ETV Bharat / briefs

୯ଟି ଚୋରା ମୋବାଇଲ ଜବତ, ଅଭିଯୁକ୍ତ ଗିରଫ

author img

By

Published : Jun 30, 2020, 11:25 AM IST

ଚୋରି ମାମଲାରେ ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। ଆଜି(ମଙ୍ଗଳବାର) ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୯ଟି ମୋବାଇଲ ଜବତ କରିଛି ପୁଲିସ । ଅଧିକ ପଢନ୍ତୁ...

୯ଟି ଚୋରା ମୋବାଇଲ ଜବତ, ଅଭିଯୁକ୍ତ ଗିରଫ
୯ଟି ଚୋରା ମୋବାଇଲ ଜବତ, ଅଭିଯୁକ୍ତ ଗିରଫ

ରାୟଗଡ଼ା: ଚୋରି ମାମଲାରେ ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। ଆଜି(ମଙ୍ଗଳବାର) ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୯ଟି ମୋବାଇଲ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଗଣେଷ ସାହୁ ଘର ଗଞ୍ଜାମ ଜିଲ୍ଲା କେ. ନୂଆ ଗାଁ ଥାନା ଗୋପିନାଥପୁର ଗ୍ରାମରେ ବୋଲି ଜଣା ପଡ଼ିଛି।

ତେବେ ଗତ ସପ୍ତାହରେ ରାୟଗଡ଼ାର ଜଣେ ବରିଷ୍ଠ ନାଗରିକଙ୍କ ମୋବାଇଲ ପରିବା ମାର୍କେଟରୁ ଚୋରି ହେବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ କରି ପୁଲିସ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା। ଆଜି ଚୋରି ମୋବାଇଲ ଜବତ ସହ ପୁଲିସ ଅଭିଯୁକ୍ତ ଗଣେଷକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.