ETV Bharat / briefs

‘ଆମ ସହ ଯିଏ ଛିଡା ହେବ, ତାକୁ ବିଜୟ ମୁକୁଟ ପିନ୍ଧାଇବୁ’

ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଉତ୍ସାହିତ ଭୋଟର । ଏମାନେ ଦେଶ ତଥା ରାଜ୍ୟର ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

author img

By

Published : Apr 29, 2019, 1:29 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ଓଡିଶାରେ 6 ଲୋକସଭା ଏବଂ 41 ବିଧାନସଭା ଆସନ ପାଇଁ ଭୋଟ ପଡୁଛି । ତେବେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଭୋଟ ଦେଇ ଦେଶ ତଥା ରାଜ୍ୟର ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଭୋଟର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ମତଦାତାଙ୍କ ପ୍ରତିକ୍ରିୟା ନେବାକୁ ‘ଇଟିଭି ଭାରତ’ ପ୍ରତିନିଧି ଭୋଟରଙ୍କୁ ଭେଟିଥିଲେ ।

ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବାରୁ ସାମାନ୍ୟ ଭୟ ଏବଂ ଉତ୍ସାହିତ ଥିବା ଜଣେ ଯୁବ ଭୋଟର କହିଛନ୍ତି । ଯିଏ ଆମ ଅଞ୍ଚଳର ଭଲ ମନ୍ଦ ଏବଂ ସୁଖ ଦୁଃଖରେ ଛଡା ହେବ ଆମେ ସେଭଳି ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବୁ ବୋଲି ଜଣେ 72 ବର୍ଷୀୟ ଭୋଟର ନିଜ ମତ ରଖିଛନ୍ତି । ସେହିପରି ଆଗାମୀ ଦିନରେ ଜିଲ୍ଲାର ସମୂହ ଉନ୍ନତି ଏବଂ ବିକାଶର ସୂତ୍ରଧାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ପ୍ରାର୍ଥୀକୁ ଚୟନ କରିବୁ ବୋଲି ଜଣେ ଯୁବ ମହିଳା ଭୋଟର କହିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.