ETV Bharat / briefs

ଆକ୍ସନ ମୁଡରେ ଅଗ୍ନିଶମ ଟିମ, ରାଜଧାନୀର ୧୫ଟି ହସ୍ପିଟାଲରେ ଚେକିଂ ଓ ଓ୍ବାର୍ଣ୍ଣିଂ - 15 different

ଆକ୍ସନ ମୁଡରେ ଅଗ୍ନିଶମ ବିଭାଗ। ଏନେଇ ରାଜଧାନୀର ୧୫ଟି ପ୍ରମୁଖ ହସ୍ପିଟାଲରେ ଚାଲିଛି ଜୋରଦାର ଚେକିଂ। ଏହାସହ ଉପସ୍ଥିତ ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ଯ ଅଗ୍ନି ନିରାପତ୍ତା ନେଇ ସଚେତନତା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Jun 18, 2019, 11:35 AM IST

ଭୁବନେଶ୍ବର: ସୁରଟ ଅଗ୍ନିକାଣ୍ଡ ଘଟଣା ପରେ ଓଡିଶାକୁ ଅଗ୍ନିକାଣ୍ଡ ଭୟ । ଏନେଇ ଆକ୍ସନ ମୁଡରେ ଅଗ୍ନିଶମ ବିଭାଗ । ପ୍ରଥମେ କୋଚିଂ ସେଣ୍ଟର ଏବେ ରାଜଧାନୀର ହସ୍ପିଟାଲରେ ଅଗ୍ନିଶମ ବିଭାଗର ଯାଞ୍ଚ ପ୍ରକ୍ରିୟା ଆରମ୍ଭ । ଅଗ୍ନିଶମ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜଧାନୀର ୧୫ଟି ପ୍ରମୁଖ ହସ୍ପିଟାଲରେ ଚାଲିଛି ଜୋରଦାର ଚେକିଂ।

ଖବର ଅନୁଯାୟୀ, ଫାୟାର ସର୍ଭିସର ବିଭିନ୍ନ ଟିମ ଏକକାଳୀନ ୧୫ଟି ପ୍ରମୁଖ ହସ୍ପିଟାଲରେ ଚେକିଂ କରିଛନ୍ତି। ଏଥିସହ ଉପସ୍ଥିତ ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ଯ ଅଗ୍ନି ନିରାପତ୍ତା ନେଇ ସଚେତନତା କରାଯାଇଛି ।

ତେବେ ବଡ କଥା ହେଉଛି ରାଜଧାନୀର ସମ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଅନେକ ହସ୍ପିଟାଲରେ ଅଗ୍ନି ନିରାପତ୍ତା ନେଇ ଯାଞ୍ଚ କରାଯାଇଥିଲା। ଏପରିକି ଅନେକ ହସ୍ପିଟାଲରେ ଫାୟାର ସେଫଟି ଲାଇସେନ୍ସ ନଥିବା ପରେ ତୁରନ୍ତ ପଦକ୍ଷେପ ନେବା ସହ ଫାୟାର ସେଫ୍ଟି ପାଇଁ ଆବଶ୍ଯକୀୟ ଭିତ୍ତିଭୂମି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ତେବେ ଦୀର୍ଘଦିନ ପରେ ହଠାତ ରାଜଧାନୀର ସମସ୍ତ ହସ୍ପିଟାଲରେ ଯେପରିକି ସମ, ବିବେକାନନ୍ଦ, କଳିଙ୍ଗ , କିମସ, କେୟାର, ସ୍ପର୍ଶ, ଆମ୍ରି , ସନସାଇନ ଇତ୍ୟାଦିରେ ଚାଲିଛି ଜୋରଦାର ଯାଞ୍ଚ । ଏହି ପ୍ରକ୍ରିୟାରେ ୱାଟର ଷ୍ଟୋରେଜ,ଷ୍ଟେୟାର ,ଫାୟାର ଏକ୍ସଟନସର,ଆଲାରାମ ସିଷ୍ଟମ,ଫାୟାର ଲାଇସେନ୍ସ ସାର୍ଟିଫିକେଟ ଆଦି ଅନେକ ଦିଗକୁ ଦୃଷ୍ଟିରେ ରଖାଯାଇଛି । ତେବେ ଆଗାମୀ ଦିନରେ ଏସବୁ ହସ୍ପିଟାଲର ସ୍ଥିତି କ'ଣ ରହିବ ତାହା ଉପରେ ସମସ୍ତଙ୍କ ନଜର।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.