ETV Bharat / briefs

ଧାନମଣ୍ଡି ବନ୍ଦ ଥିବା ନେଇ ଚାଷୀଙ୍କ ଧାରଣା - rice mandi

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାସ ସେବା ସମବାୟ ସମିତି ସରକାରୀ ଧାନ ମଣ୍ଡିରେ ଚାଷୀଙ୍କ ଧାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 31, 2019, 12:14 AM IST

Updated : Mar 31, 2019, 9:30 PM IST

ବାଲେଶ୍ୱର: ଧାନମଣ୍ଡି ବନ୍ଦ ରହିବାରୁ ମଣ୍ଡି ଆଗରେ ଧାରଣା ଦେଲେ ଚାଷୀ । ବର୍ଷ ତମାମ ଅମଳ କରିଥିବା ଧାନ ବିକ୍ରି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ଅସନ୍ତୋଷ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାସ ସେବା ସମବାୟ ସମିତି ସରକାରୀ ଧାନ ମଣ୍ଡିରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୀର୍ଘ ଦିନ ଧରି ଧାନ କିଣା ନ ହେବାରୁ ଚାଷୀକୂଳ ଏକତ୍ରିତ ହୋଇ ଧାରଣା ଦେଇଥିବା ଜଣାପଡିଛି । ଚାଷୀମାନେ ନିଜ ନିଜର ଉପାର୍ଜିତ ଧାନକୁ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାଧ୍ୟ ହୋଇ ଅଳ୍ପ ମୂଲ୍ୟରେ ଧାନ ବଙ୍ଗୀୟ ବେପାରୀଙ୍କୁ ଟେକି ଦେଉଛନ୍ତି । ତେବେ ବଡାସ ସୋସାଇଟିରେ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ 60 ପ୍ରତିଶତ ଚାଷୀ ଧାନ ବିକ୍ରି କରିଥିବାବେଳେ ଆହୁରି 40ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିନଥିବା କହିଛନ୍ତି ସମ୍ପାଦକ ।

ସରକାରୀ ଟାର୍ଗେଟ ସରିଯାଇଥିବାବେଳେ ସରକାର ଟାର୍ଗେଟ ନ ଦେଲେ ଧାନ କିଣାଯାଇ ପାରିବ ନାହିଁ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚାଷୀଙ୍କର ଖରିଫ ଧାନ ପଡିରହିଥିବାବେଳେ ପୁଣି ରବି ଋତୁର ଚାଷ ପାଇଁ ପଞ୍ଜିକରଣ ଆରମ୍ଭ ହେଲାଣି । ଏହାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରକାଶ ଥାଉକି ଧାନ ମଣ୍ଡିରେ ଅଭାବୀ ଧାନ ବିକ୍ରି ପ୍ରତିବାଦରେ ବସ୍ତା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସୋସାଇଟିରେ ବାରମ୍ବାର ଧାରଣା ଓ ବିକ୍ଷୋଭ ହୋଇଆସୁଥିଲା ।

ଏହାକୁ ନେଇ ବସ୍ତା ବିଜେପି ପକ୍ଷରୁ ଗତ କିଛି ଦିନ ତଳେ ରାଜରାସ୍ତା ଅବରୋଧ କରାଯାଇଥିଲା । ଏହି ଅବସରରେ ବାଲେଶ୍ଵର ସିଏସଓ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରତିଶୃତିକୁ ଗୋଟେ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

sample description
Last Updated : Mar 31, 2019, 9:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.