ETV Bharat / briefs

ବିଜେପିରେ ଯୋଗ ଦେଲେ ବୈଦେଶିକ ମନ୍ତ୍ରୀ - PM MODI

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କଲେ ପ୍ରାଥମିକ ସଦସ୍ୟତା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 24, 2019, 4:41 PM IST

ନୂଆଦିଲ୍ଲୀ: ଆଜି ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ସଚିବ ଥିବା ଅବସରପ୍ରାପ୍ତ ଆଇଏଫଏସ ଅଫିସର ଏସ ଜୟଶଙ୍କର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

1977 ବ୍ୟାଚର ଏହି ଆଇଏଫଏସ ଅଫିସର ଗତ 2015ରୁ 2018 ଯାଏଁ ମୋଦି ସରକାରଙ୍କ ପ୍ରଥମ ପାଳିରେ ବୈଦେଶିକ ସଚିବ ଭାବେ ସଫଳତାର ସହ ନିଜ ଦାୟିତ୍ବ ସଂପାଦନ କରିଥିଲେ । ଏହାପରେ ଗତ ମେ 30ରେ ଜୟଶଙ୍କର ମୋଦିଙ୍କ ଦ୍ବିତୀୟ ପାଳିରେ ଶପଥ ଗ୍ରହଣ କରି ସମସ୍ତଙ୍କୁ ଚକିତ କରିଥିଲେ । ପରେ ମୋଦି ତାଙ୍କୁ ଗୁତୁତ୍ବପୂର୍ଣ୍ଣ ବୈଦେଶିକ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

ହେଲେ ବ୍ୟୁରୋକାଟରୁ ରାଜନେତା ବନିଥିବା ଏହି ଅବସର ପ୍ରାପ୍ତ ଆଇଏଫଏସ ଅଫିସର କୌଣସି ରାଜନୈତିକ ଦଳରେ ନଥାଇ ବି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଆଜି ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଜୟଶଙ୍କର ବିଜେପିରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ଜୟଶଙ୍କର ରାଜ୍ୟସଭାର ସଦସ୍ୟ ଭାବେ ମଧ୍ୟ ନିର୍ବାଚତ ହେବେ ।

Intro:Body:

pppp

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.