ETV Bharat / briefs

ଯାଜପୁର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ, 5 ଗିରଫ - balesore

ଅପରାଧ ରୋକିବାକୁ ତତ୍ପର ଅବକାରୀ ବିଭାଗ । ଏନେଇ ଗୋଟିଏ ଦିନରେ ଯାଜପୁର ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢାଉରେ ମୋଟ 5 ଜଣଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ:ଯାଜପୁର, ସମ୍ବାଦଦାତା
author img

By

Published : Jun 29, 2019, 8:48 PM IST

ଯାଜପୁର: ଜିଲ୍ଲାର କୋରେଇ ଥାନାର ପଦି, ଧନେଶ୍ବର ଛକରେ ଥିବା ହ୍ବିଲ ଢାବା ଏବଂ ଯାଜପୁର ରୋଡ ଥାନା ମୁଣ୍ଡମାଳ ଛକ ସମେତ ବ୍ୟାସନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଡାଉ କରିଛି । ଏହି ଚଢାଉ ବେଳେ 123 ଲିଟର ବିଦେଶୀ ମଦ ବୋତଲ ସହ 5 ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ବାଲେଶ୍ବର, ସମ୍ବାଦଦାତା

ତେବେ ଘଟଣାରେ ଜଣେ ମହିଳା ସମେତ 2 ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ମୁଣ୍ଡମାଲର କନକ ପାତ୍ର ଓ ଅନ୍ୟ 2 ଜଣ ପଦି ଗ୍ରାମର ଲକ୍ଷ୍ମୀଧର ମୁଦୁଲି ଏବଂ ଧନେଶ୍ବର ଅଞ୍ଚଳର ଅରୁଣ ମହାନ୍ତି ।

ସେପଟେ ବାଲେଶ୍ବର ଜିଲ୍ଲାର ରୁପସା ଥାନା ରାଉତପଡା ପଞ୍ଚାୟତର ବାରତାଳ ଛକରେ ସଦର ଅବକାରୀ ଓ ରୁପସା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ 419 ଲିଟର ଚୋରା ଦେଶୀ ମଦ ସହ ବେପାରୀ ହୀରାବତୀ ଜେନାଙ୍କୁ ଗିରଫ କରାଯାଇଛି । ତେବେ ଘଟଣାର ଅନ୍ୟ ଜଣେ ବେପାରୀ ଅନନ୍ତ ଜେନା ପୋଲିସ ଓ ଅବକାରୀ ବିଭାଗକୁ ଚଖମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଚଢ଼ାଉରେ ଅବକାରୀ ଓ ପୋଲିସର 40 ଜଣିଆ ଟିମ ସାମିଲ ଥିବା ଜଣାପଡିଛି ।

ସେହିପରି ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ବାଲେଶ୍ବର ସଦର ଅବକାରୀ ବିଭାଗ ଇଶାଣୀ ଠାରେ ଚଢାଉ କରିଥିଲା । ଚଢାଉ ବେଳେ 6 କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ 30 ହଜାର ଟଙ୍କା । ଘଟଣାରେ ସମ୍ପୃକ୍ତ ଥିବା ବେପାରୀ ରମେଶ ଚନ୍ଦ୍ର ବେହେରାକୁ ପୋଲିସ ଗିରଫ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.