ଭୁବନେଶ୍ବର: ବିଜେଡି ସୁପ୍ରିମୋ ଲଗାତାର ପଞ୍ଚମଥର ପାଇଁ ରାଜ୍ୟ ଶାସନ ଭାର ଗ୍ରହଣ କଲାପରେ ଭିନ୍ନ ଅନ୍ଦାଜରେ ସରକାର ପରିଚାଳନା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନିଜ ଟିମକୁ ଆଉ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି । ପ୍ରତି ମାସ 7 ତାରିଖରେ ସମସ୍ତ ମନ୍ତ୍ରୀ ତାଙ୍କ ବିଭାଗର କାମ ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଏଥିପାଇଁ ପ୍ରତିମାସ 7ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।
ସୂଚନା ଯୋଗ୍ୟ, ଗତ 29ତାରିଖରେ ବସିଥିବା ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ଦଳ ଦେଇଥିବା ନିର୍ବାଚନୀ ପ୍ରତିଶୃତିକୁ ସରକାରଙ୍କ ମୁଖ୍ୟ ଏଜେଣ୍ଡା ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ବୈଠକର ଉଦବୋଧନ ଦେଇ କହିଥିଲେ ଠିକ ଏକ ବର୍ଷ ପରେ ଅର୍ଥାତ ଆସନ୍ତା ମେ 29 ତାରିଖ 2020ରେ ଆମେ ରାଜ୍ୟବାସୀଙ୍କୁ ଜଣାଇବା ଆମର ପ୍ରତିଶୃତି କେତେ ପାଳନ କରାଯାଇଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ