ETV Bharat / briefs

ଇଟିଭି ଭାରତର ମହାପ୍ରଭାବ ! ଭିଟାମାଟିକୁ ଫେରିଲେ ଦାଦନ ଶ୍ରମିକ

ସୁଦୂର କର୍ଣ୍ଣାଟକ ଚିନାଖାଳ ଇଟାଭାଟିରେ ନୂଆପଡା ଜିଲ୍ଲାର ୬ଜଣ ଦାଦନ ଶ୍ରମିକଙ୍କୁ ଭୂଆଁ ବୁଲାଇ ନିଆଯାଇଥିଲା ଓ ସେଠାରେ ତାଙ୍କୁ ବିକ୍ରି କରି ଚାଲିଆସିଥିଲା ଦଲାଲ । ଗଣମାଧ୍ୟମର ପ୍ରୟାସରେ ଆଜି ସେମାନେ ନିଜ ଭିଟାମାଟିରେ ଫେରିଆସିଛନ୍ତି । ଇଟିଭି ଭାରତର ପ୍ରଚେଷ୍ଟା ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ୟମକୁ ଶ୍ରମିକମାନେ ଧନ୍ୟବାଦ ଜଣାଇଛନ୍ତି ।

author img

By

Published : Mar 30, 2019, 11:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ଇଟିଭି ଭାରତର ମହାପ୍ରଭାବ ! ସଫଳ ହେଲା ଗଣମାଧ୍ୟମର ଉଦ୍ୟମ । ଘରକୁ ଫେରିଲେ ଦୀର୍ଘ 3 ମାସ ଧରି ପଣବନ୍ଦୀ ହୋଇଥିବା ଦାଦନ ଶ୍ରମିକ । ସୁଦୂର କର୍ଣ୍ଣାଟକ ଚିନାଖାଳ ଇଟାଭାଟିରେ ନୂଆପଡା ଜିଲ୍ଲାର ୬ଜଣ ଦାଦନ ଶ୍ରମିକଙ୍କୁ ଭୂଆଁ ବୁଲାଇ ନିଆଯାଇଥିଲା ଓ ସେଠାରେ ତାଙ୍କୁ ବିକ୍ରି କରି ଚାଲିଆସିଥିଲା ଦଲାଲ । ଗଣମାଧ୍ୟମର ପ୍ରୟାସରେ ଆଜି ସେମାନେ ନିଜ ଭିଟାମାଟିକୁଫେରିଆସିଛନ୍ତି । ଇଟିଭି ଭାରତର ପ୍ରଚେଷ୍ଟା ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ୟମକୁ ଶ୍ରମିକମାନେ ଭୁଲି ପାରିନାହାଁନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ବ୍ଲକ ଧୂଙ୍ଗିଆମୁଣ୍ଡା କୂଳିଆପଥର ଗାଁର ୧୦ ଜଣ ଦାଦନ ଶ୍ରମିକ କାମଧନ୍ଦା ଅନ୍ୱେଷଣରେ ୩ ମାସ ପୂର୍ବେ କର୍ଣ୍ଣାଟକସ୍ଥିତ ଚିନାଖାଳ ଇଟାଭାଟିକୁ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଖରଖରା ଗାଁର ଶ୍ରମିକ ଦଲାଲ ମାଧବ ତାଣ୍ଡି ଉକ୍ତ ଶ୍ରମିକଙ୍କୁ ପ୍ରଲୋଭନ ଦେଖାଇ ଇଟାଭାଟିରେ ବିକ୍ରି କରି ଚାଲିଆସିଥିଲା । ଇଟାଭାଟି ମାଲିକ ଶ୍ରମିକଙ୍କୁ ଦିନରାତି କାମ ଅସୁଲି କରି ମାଡମାରି ଅକଥନୀୟ ନିର୍ଯାତନା ଦେଇ ଆସୁଥିଲା ।

ନିର୍ଯାତନା ସହିନପାରି ୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଖସି ପଳାଇ ଆସିଥିଲେ । ହେଲେ ୬ ଜଣ ଶ୍ରମିକଙ୍କୁ ଇଟାଭାଟି ମାଲିକ ପଣବନ୍ଦୀ ରଖିଥିଲା । ନିର୍ଯାତନା ପାଉଥିବା ଶ୍ରମିକମାନେ ଫୋନକଲ କରି ନିଜ ସମ୍ପର୍କୀୟଙ୍କୁ ଜଣାଇ ମୁକ୍ତ କରିବାକୁ ଆକୁଳ ନିବେଦନ କରିଥିଲେ । ଏଭଳି ଦୁଃଖଦ ଘଟଣାର ଖବର ପାଇ ଆମ ନୂଆପଡା ଇଟିଭି ଭାରତ ପଣବନ୍ଦୀ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରଥମେ ଅଭିଯାନ ଆରମ୍ଭ କରିଥିଲା । ଧୂଙ୍ଗିଆମୁଣ୍ଡା କୂଳିଆପଥର ଗାଁଠାରୁ ଜିଲ୍ଲା ଶ୍ରମାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯୋଗାଯୋଗ କରି ନିରନ୍ତର ଖବର ପ୍ରକାଶ କରିଥିଲା । ଯାହା ଫଳରେ ଇଟାଭାଟି ମାଲିକ ଭୟଭୀତ ହୋଇ ବନ୍ଦୀ ଶ୍ରମିକଙ୍କୁ ଛାଡି ଦେଇଥିଲା ।

ନୂଆପଡା ଜିଲ୍ଲାରେ ଦିନକୁଦିନ ଦାଦନ ସମସ୍ୟା ସାମାଜିକ ବ୍ୟାଧି ରୂପେ ମୁଣ୍ଡ ଟେକିଛି । କର୍ଣ୍ଣାଟକ ଭଳି ମହାନଗରୀଙ୍କୁ ପ୍ରତିବର୍ଷ ବେଆଇନ ଲକ୍ଷାଧିକ ଶ୍ରମିକ ଚାଲାଣ ହେଉଛନ୍ତି । ତେବେ ଶ୍ରମିକ ଚାଲାଣ ଖବର ପାଇ ପ୍ରଥମେ ଆମ ଇଟିଭି ଭାରତ କ୍ୟାମରାରେ କଏଦ କରି ଜିଲ୍ଲା ଶ୍ରମନିରୀକ୍ଷକଙ୍କୁ ଅବଗତ କରିଥିଲା । ଶ୍ରମ ନିରୀକ୍ଷକ ତଦନ୍ତକରି ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବାସହ ଶ୍ରମିକ ଦଲାଲ ନାମରେ ମାମଲା ରୁଜୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ପ୍ରତିଶ୍ରୁତି ମୁତାବକ ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଧୂଙ୍ଗିଆମୁଣ୍ଡା କୂଳିଆପଥର ଗାଁକୁ ଫେରାଇ ଦେଇଛନ୍ତି । ଏନେଇ ଇଟିଭି ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଘରକୁ ଫେରିଥିବା ଶ୍ରମିକ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

କଟକ: କଟକ ଶିଖରପୁର ଠାରେ ରେଳ ଧାରଣାରେ କଟି ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ  । ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଏବଂ ଦେହ ସମ୍ପୂର୍ଣ୍ଣ ଅଲଗାହୋଇଯାଇଛି।ମୃତ ବ୍ୟକ୍ତିଙ୍କ ବୟସ ୪୦ ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି ।ପାରିପାର୍ଶ୍ବିକ ସ୍ଥିତିରୁ ଆତ୍ମହତ୍ୟା କରିଥିବା କଥା ଅନୁମାନ କରୁଛି ପୋଲିସି । କମିଶନରେଟ ପୋଲିସ  ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଓ ପଚରାଉଚୁରା ଆରମ୍ଭ କରିଛି । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.