ETV Bharat / briefs

ଫନି ପ୍ରଭାବିତଙ୍କ ନାଁରେ ଗୋଟିଏ ଦିନର ଦରମା

ପ୍ରଳୟଙ୍କାରୀ ବାତ୍ୟା 'ଫନି' ର ତାଣ୍ଡବଲୀଳାରେ ଛାରଖାର ଓଡିଶାର ଉପକୂଳ ଅଞ୍ଚଳ। ସେଥିରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ପାଇଁ ରାଜ୍ୟ ତଥା ରାଜ୍ଯ ବାହାରୁ ସାହାଯ୍ୟର ହାତ ସବୁ ସ୍ଥରରୁ ଦେଖିବାକୁ ମିଳିଛି। ଜିଲ୍ଲାର ତରଭା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଫନି କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ସହାୟତା ପ୍ରଦାନ କରିଛନ୍ତି।

author img

By

Published : May 17, 2019, 11:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର:ପ୍ରଳୟଙ୍କାରୀ ବାତ୍ୟା 'ଫନି' ପ୍ରଭାବିତଙ୍କ ପାଇଁ ଗୋଟିଏ ଦିନର ଦରମା ଦାନ କରିଛନ୍ତି ଜିଲ୍ଲାର ତରଭା ବ୍ଲକରେ କାର୍ଯ୍ୟରତ କର୍ମଚାରୀ । ସେମାନେ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ତରଭା ବ୍ଲକର ବିଡିଓ ନିହାର ରଞ୍ଜନ କଅଁର ଏବଂ ବ୍ଲକର କର୍ମଚାରୀ ଗୋଟିଏ ଦିନର ଦରମା 51 ହଜାର ଟଙ୍କାର ଏକ ଚେକ ସୁବର୍ଣ୍ଣପୁର ଜିଲ୍ଲାପାଳ ମସୁସୂଦନ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

ସେହିପରି ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ 6 ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ବାତ୍ୟା ପୀଡିତଙ୍କ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିପରି ସହରର ପଢାଘର ଅନୁଷ୍ଠାନ ପକ୍ଷରୁ 500 ଫନି ପୀଡିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ ସହିତ ଆବଶ୍ୟକ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ସହରର ପଟାଭାଡିର ବସ୍ତି ଅଞ୍ଚଳ ଉନ୍ନୟନ ପରିଷଦ ପକ୍ଷରୁ ବି ଫନି ପୀଡିତଙ୍କ ପାଇଁ ଖାଦ୍ୟ ,ବସ୍ତ୍ର ଓ ଆର୍ଥିକ ସହାୟତା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.