ETV Bharat / briefs

ନିର୍ବାଚନ କାଉଣ୍ଟଡାଉନ: ରାଜ୍ୟରେ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫୨୫୫ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି ।

author img

By

Published : Mar 27, 2019, 10:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭୁବନେଶ୍ବର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫୨୫୫ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୦୭/୧୧୬ ଅନୁସାରେ ଆଜି ସୁଦ୍ଧା ମୋଟ ୨୭ ହଜାର ୮୧୮ ଜଣଙ୍କୁ ଅଟକ ରଖାଯାଇଛି ।

ଲାଇସେନ୍ସ ପ୍ରାପ୍ତ ୩୮୩୦ ଗୋଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଜିମାରେ ଦିଆଯାଇଛି । ଲାଇସେନ୍ସ ନଥିବା ୧୧୦ ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୫ଗୋଟି କାରଖାନା ଉପରେ ଚଢ଼ାଉ କରାଯାଇ ୨୩୯.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାଡ୍‌ ଏବଂ ପୋଲିସ୍‌ ଦ୍ୱାରା ୨୧ ଲକ୍ଷ ୭୫ ହଜାର ୪୧୦ ଟଙ୍କା ଜବତ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ୍‌ ଓ ଅବକାରୀ ବିଭାଗ ସହାୟତାରେ ୬୨୫୩୨.୨୮୫ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୪ ଲକ୍ଷ ୫୯ ହଜାର ୯୭୨ ଟଙ୍କା ହେବ ।

ସେହିପରି ରାଜ୍ୟସ୍ତରୀରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା
୩୮୪ଟି କଲ୍‌ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ କରାଯାଇଛି । ଯାହା ମଧ୍ୟରୁ ୧୭୭ଟି ଅଭିଯୋଗର ସମାଧାନ ପାଇଁ ଜିଲ୍ଲାସ୍ତରକୁ ପଠାଯାଇଛି । ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ଏବେ ସୁଦ୍ଧା ୧୧୭୦୬ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ତ୍ୱରିତ ସମାଧାନ କରାଯାଇଛି । ସେହିଭଳି ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩୮୦ଗୋଟି ଅଭିଯୋଗ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ୩୩୩ଗୋଟି ଅଭିଯୋଗର ସମାଧାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.