ETV Bharat / briefs

ଛାତିରେ ରହିଗଲା ଭଙ୍ଗାଛୁଞ୍ଚି, ଅର୍ଥାଭାବରୁ ଛଟପଟ ନର୍ସିଂ ଛାତ୍ରୀ - kandhamal

ବୋଝ ଉପରେ ନଳିତା ବିଡା ସଦୃଶ ଦୁଃଖ ଭୋଗୁଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଶ୍ରୀପଡାର ନର୍ସିଂ ଛାତ୍ରୀ ସୁଜାତା । ଟ୍ୟୁମର ଅପରେସନ ସମୟରେ ଏବେ ଛାତିରେ ରହିଯାଇଥିବା ଛୁଞ୍ଚିକୁ କାଢିବାକୁ ନାହିଁ ଆବଶ୍ୟକୀୟ ଅର୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 25, 2019, 8:09 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଶ୍ରୀପଡାର ଜଣେ ନର୍ସିଂ ଛାତ୍ରୀଙ୍କ ଅପରେସନ ସମୟରେ ଭଙ୍ଗା ଛୁଞ୍ଚି ଛାତି ଭିତରେ ରହିଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣକ ଯନ୍ତ୍ରଣା ଅନୁଭବ କରିବାରୁ ଜିଲ୍ଲା ମେଡିକାଲରେ ଅସ୍ତ୍ରୋପଚାର କରାଯାଇଥିବା ଭଙ୍ଗା ଛୁଞ୍ଚିକୁ ବାହାର କରାଯାଇ ପାରିନାହିଁ । ଅର୍ଥାଭାବରୁ ଅଧିକ ଚିକିତ୍ସା କରିପାରୁନାହାଁନ୍ତି ଏହି ଏଏନଏମ ଛାତ୍ରୀ ଜଣକ । ତେବେ ଛାତ୍ରୀ ଜଣଙ୍କ ହେଲେ ସୁଜାତା ମଲିକ । ସେ ଫୁଲବାଣୀ ସରକାରୀ ଏଏନଏମ ସ୍କୁଲର ପ୍ରଥମ ବର୍ଷର ଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନାମୂତାବକ, ଚଳିତ ବର୍ଷ ଜାନୁଆରୀରେ ଡାହାଣ ପଟ ଛାତିରେ ଟ୍ୟୁମର ହୋଇଥିଲା । ଯେଉଁଥିପାଇଁ ତାଙ୍କର ଅପରେସନ କରାଯାଇଥିଲା । ତେବେ ଅପରେସନର କିଛି ଦିନ ପରେ କଷ୍ଟ ହେବାରୁ ସେ ସ୍କାନ କରାଇଥିଲେ । ଯେଉଁଥିରୁ ସିଲେଇ ସମୟରେ ଶରୀର ଭିତରେ ଭଙ୍ଗା ଛୁଞ୍ଚି ରହିଯାଇଥିବା ଜଣାପଡିଥିଲା । ପୁଣି ଥରେ ଅପରେସନ କରାଯାଇଥିଲା କିନ୍ତୁ ଛୁଞ୍ଚିଟି ବାହାରି ନଥିଲା । ଫଳରେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ପଠାଇଥିଲେ । କିନ୍ତୁ ଅର୍ଥାଭାବରୁ ଅପରେସନ କରିପାରୁନାହାଁନ୍ତି କି ପାଠ ମଧ୍ୟ ଜାରି ରଖିପାରୁ ନାହାଁନ୍ତି ବୋଲି କହିଛନ୍ତି ପରିବାର ଲୋକେ ।

ଏସମ୍ପର୍କରେ ଅଭିଯୋଗ ପାଇବାପରେ ଛାତ୍ରୀ ଜଣଙ୍କ କିପରି ସମସ୍ତ ସୁବିଧା ପାଇବେ ଏବଂ ମାଗଣାରେ ଚିକିତ୍ସା ହେବ ସେ ବ୍ୟବସ୍ଥା କରାଯାଉ ଥିବା କହିଛନ୍ତି ସିଡିଏମଓ । ଅନ୍ୟପଟେ ଅପରେସନ କରିଥିବା ଡାକ୍ତର କୌଣସି ମତ ଦେବାକୁ ମନା କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.