ETV Bharat / briefs

ଅସହାୟ ରୋଗୀଙ୍କୁ ସାହା ଡାକ୍ତର ଶଙ୍କର ରାମଚନ୍ଦାନୀ - HEALTH SECRATARY

ସେ ହେଉଛନ୍ତି ଅସହାୟ, ଅପରିଚିତ ଓ ଅଶିକ୍ଷିତ ରୋଗୀଙ୍କ ମଉଡମଣି । ରୋଗୀଙ୍କ ପାଇଁ ବଞ୍ଚୁଥିବା ରୋଗୀଙ୍କ ପାଇଁ ସମର୍ପିତ ଜଣେ ଡାକ୍ତର । ସେ ହେଉଛନ୍ତି ରୋଗୀଙ୍କ ବାପା' ସେ ହେଉଛନ୍ତି ରୋଗୀଙ୍କ ଶାହା ।

ଡିଜାଇନ ଫଟୋ
author img

By

Published : Jun 6, 2019, 9:42 PM IST

ସମ୍ବଲପୁର: ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ । କାହିଁକି ନା ଡାକ୍ତର ଆଖିରେ ସମସ୍ତେ ସମାନ । ଡାକ୍ତର ପାଖରେ ନା ଥାଏ ଭେଦଭାବ ନା ଥାଏ ଜାତି ଧର୍ମ । ରୋଗୀ ଯେଉଁ ଧର୍ମର ହେଉନା କାହିଁକି ଡାକ୍ତର ଧର୍ମ ହେଲା ରୋଗୀର ସେବାଓ ଚିକିତ୍ସା କରିବା । ଆଉ ଯେତେବେଳେ ଡାକ୍ତର ଜଣେ ରୋଗୀଙ୍କୁ ନିଜ ଆତ୍ମୀୟ ସ୍ବଜନ ପରି ଗ୍ରହଣ କରି ରୋଗୀଙ୍କ ସେବା କରନ୍ତି ତା ହେଲେତ ଯେମିତି ଅନୁଭବ ହୁଏ ସ୍ବର୍ଗୀୟ ସୁଖ । ଏମିତି କିଛି ଡାକ୍ତର ଆଉ ରୋଗୀଙ୍କର ନିବିଡତା ଦେଖିବାକୁ ମିଳେ ସମ୍ବଲପୁର ଜିଲ୍ଲା ବୁର୍ଲାରେ ପ୍ରତିଷ୍ଠିତ 'ଭୀମସାର" ବା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ।

PHOTO
ଫଟୋ ସୌଜନ୍ୟ: @dpradhanbjp

ଏହି ପ୍ରତିଷ୍ଠାନରେ କାର୍ଯ୍ଯରତ ଯୁବ ସମାଜସସେବୀ ତଥା ଡାକ୍ତର ଶଙ୍କର ରାମଚନ୍ଦାନୀ ଏମିତି ଜଣେ ଡାକ୍ତର ଯାହାଙ୍କୁ ସମଗ୍ର ପଶ୍ଚିମାଞ୍ଚଳର ଲୋକେ ଆଦର କରନ୍ତି । କାରଣ 2015-2016 ରେ ଯେତେବେଳେ ଶଙ୍କର ରାମଚନ୍ଦାନୀ ଜେଡିଏର ସଭାପତି ଥିଲେ ସେତେବେଳ ଠାରୁ ରୋଗୀଙ୍କ ଉନ୍ନତ ସେବା ପାଇଁ ଆନ୍ଦୋଳନ କରିଥିଲେ । ତାଙ୍କ ଉଦ୍ୟମରେ ବୁର୍ଲା ମେଡିକାଲର ଅନେକ ଉନ୍ନତି ହୋଇଥିବା ବେଳେ ରୋଗୀଙ୍କ ସମସ୍ୟାକୁ ନେଇ ସେ ସବୁବେଳେ ସ୍ବର ଉତ୍ତୋଳନ କରିଆସୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଶଙ୍କର ରାମଚନ୍ଦାନୀ ଖାଲି ଯେ ଜଣେ ଡାକ୍ତର ନୁହନ୍ତି ଜଣେ ସମାଜସେବୀ ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା । କାରଣ ଅସହାୟ, ଅଶିକ୍ଷିତ, ଅପରିଚିତ ରୋଗୀଙ୍କ ପାଇଁ ସେ ସବୁବେଳେ ଆପଣାର ହୋଇଥାନ୍ତି । ପଶ୍ଚିମ ଓଡିଶାର ଜଣେ ଜଣାଶୁଣା ଯୁବ ଡାକ୍ତର ଭାବେ ପରିଚିତ ଶଙ୍କର ରାମ ଚନ୍ଦାନୀ । ଆଉ ଏବେ ପୁଣି ଥରେ ନିଜ ଶ୍ରେଷ୍ଠ ଧର୍ମ ପାଳନ କରି ଚର୍ଚ୍ଚାରେ । ଆଉ ତାଙ୍କର ଏହି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଓ ବହୁ ବିଶିଷ୍ଟ ବ୍ୟକ୍ତି ।

ଜଣେ ଡାକ୍ତରପୁଅ ପାଇଁ ଗର୍ବିତ ପୂରା ଓଡିଆ ଜାତି । ଦ୍ବିତୀୟ ଭଗବାନଙ୍କ ମାନବ ସେବାରେ ମହକୁଛି ଓଡିଶା । ଜଣେ କୁଷ୍ଠ ରୋଗୀଙ୍କୁ ଖୋଦ ଡାକ୍ତର ବାବୁ କୋଳରେ ଟେକି ରାସ୍ତା ପାରି କରି ଏବେ ଚର୍ଚ୍ଚାରେ । କୁଷ୍ଠ ରୋଗୀ ଯେ ଅଛୁଆଁ ତାହା ଭୁଲ ପ୍ରମାଣିତ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ।

ଡାକ୍ତର ଶଙ୍କର ରାମଚନ୍ଦାନୀ... ଏହି ନାଁଟି ସାରା ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ । କାରଣ ବୁର୍ଲା ଆସୁଥିବା ରୋଗୀଙ୍କ ପାଇଁ ସେ ହେଉଛନ୍ତି ଭଗବାନ ସଦୃଶ୍ୟ । କେତେବେଳେ ରୋଗୀଙ୍କୁ ଆର୍ଥିକ ସହାୟତା ଦେଇ ତ କେତେବେଳେ ମାଗଣା ଚିକିତ୍ସା କରି..ପୁଣି କେବେ ରୋଗୀଙ୍କ ଅଧିକାର ପାଇଁ ପ୍ରଶାସନ ସହ ଲଢେଇ କରି । ସମାଜ କୁଷ୍ଠ ରୋଗୀଙ୍କୁ ଘୃଣ୍ୟଚକ୍ଷୁରେ ଦେଖୁଥିବାବେଳୋ ଡାକ୍ତର ରାମଚନ୍ଦାନୀଙ୍କ କ୍ଷେତ୍ରରେ ତାହା ପୁରା ଓଲଟା ।

ସତରେ ଯଦି ସମସ୍ତେ ରାମଚନ୍ଦାନୀଙ୍କ ପଥକୁ ଅନୁସରଣ କରନ୍ତି ସମାଜରେ କୁଷ୍ଠରୋଗ କେବଳ ଇତିହାସ ହୋଇ ରହିବ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.